କୋଣାର୍କ ଅଞ୍ଚଳରେ ଘନଘନ ଛେଳି ଚୋରୀ
କୋଣାର୍କ ଅଞ୍ଚଳରେ ଛେଳି ଘନ ଘନ ଛେଳି ଚୋରି, ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳତାକୁ ଦାୟୀ କଲେ ବୁଦ୍ଧିଜିବୀ ଓ ଜନତା ।ଗୋପ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଘନ ଘନ ଛେଳି ଚୋରି ହେଉଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳତା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଖବରରୁ ପ୍ରକାଶ ଯେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ କୋଣାର୍କ ଥାନା ଅଧିନସ୍ଥ କଣ୍ଟିଝାଡି ଗ୍ରାମର ପ୍ରହଲ୍ଲାଦ କାଣ୍ଡିଙ୍କ ଗୁହାଳ ଘରୁ ଦୃବର୍ତ୍ତ ମାନେ ୧୨ଗୋଟି ଛେଳି ଚୋରି ହୋଇଥିବା ନେଇ ବୁଧବାର ପୂର୍ବାହ୍ନ ସମୟରେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ ଯେ ଗତ ୩ ମାସ ମଧ୍ୟରେ ମାଧିପୁର, ଗାଗପୁର, ବାଣପଦା ସମେତ ଏକାଧିକ ସ୍ଥାନରୁ ଛେଳି ଚୋରି ହେବା ନେଇ କୋଣାର୍କ ଥାନାରେ ଅଭିଯୋଗ ହେବା ସତ୍ବେ ଅଭିଯୁକ୍ତ ଛେଳି ଚୋର ମାନଙ୍କୁ ଗିରଫ କରିବା ଦିଗରେ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିପାରିନାହିଁ। ଫଳରେ କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଛେଳି ଚୋର ମାନଙ୍କ ପ୍ରାଦୃଭାବ ବୃଦ୍ଧି ପାଇବାରେ ଲାଗିଛି। ଢିଲା ପ୍ରେଟୋଲିଂଗ ବ୍ୟବସ୍ଥା ଓ ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଚୋରି ହେଉଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଖବରରୁ ପ୍ରକାଶ ଯେ ଗତ ୧ ମାସ ତଳେ କୋଣାର୍କ ଥାନା ଅଧିନସ୍ଥ ମାଧିପୁର ଗ୍ରାମର ସନ୍ଧ୍ୟା ରାଣୀ ପାଢୀଙ୍କ ଘରୁ ଛେଳି ଚୋରି ହୋଇଥିବା ବେଳେ ୧୫ ଦିନ ତଳେ କରମଙ୍ଗା ଗ୍ରାମର ଅଶୋକ ବିଶ୍ବାଳଙ୍କ ଛେଳି ଚୋରି ହୋଇଥିବା ନେଇ କୋଣାର୍କ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସର ନିଷ୍କ୍ରିୟତା ଯୋଗୁଁ କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇବାରେ ଲାଗିଛି। କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଘନ ଘନ ଛେଳି ଚୋରି ଘଟଣାକୁ ନେଇ ଛେଳି ପାଳନ କରି ଜୀବିକା ନିର୍ବାହ କରୁଥିବା ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏହି ଘଟଣାକୁ ଗୁରୁତ୍ବ ଆରୋପ କରି ପୁରୀ ଏସପି ଦୃଷ୍ଟି ଦେଇ କୋଣାର୍କ ତଥା ଆଖପାଖ ଅଞ୍ଚଳରେ ହେଉଥିବା ଘନ ଘନ ଛେଳି ଚୋରି ରାକେଟର ପର୍ଦ୍ଦାଫାସ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଛେଳି ଚାଷୀ ଓ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି କରାଯାଇଛି।
