୧୮୧ତମ ଦେଖିଲେଖ ପ୍ରତିଯୋଗିତା
ପୁରୀ:୧୨/୧୨: ଦୋଳମଣ୍ଡପ ସାହି ତପୋବନ ଆଦର୍ଶ ବିଦ୍ୟାଳୟରେ ୩ୟରୁ ୮ମ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୩ୟ ଶ୍ରେଣୀର ଆରାଧ୍ୟା ମହାନ୍ତି, ସାଇପ୍ରସାଦ ସାହୁ, ସମ୍ବିତ ନାୟକ, ୪ର୍ଥ ଶ୍ରେଣୀର ପ୍ରଜ୍ଞାଶ୍ରୀ ବଳିଆରସିଂ, ସାଇନା ସେଠୀ, ଭାଗ୍ୟଶ୍ରୀ ମହାପାତ୍ର, ୫ମ ଶ୍ରେଣୀର ଆଦ୍ୟାଶା ମୁଦୁଲି, ମାମୁନି ବାରିକ, ଜ୍ୟୋତିର୍ମୟୀ ତ୍ରିପାଠୀ, ୬ଷ୍ଠ ଶ୍ରେଣୀର କୁମକୁମ୍ ମହାପାତ୍ର, ଚିନ୍ମୟୀ ହରିଚନ୍ଦନ, ସ୍ୱୟମ୍ ସାଈ ବେହେରା, ୭ମ ଶ୍ରେଣୀର ସ୍ମୃତିରେଖା ସାହୁ, ରାଜଲକ୍ଷ୍ମୀ ବେହେରା, ଦେବସ୍ମିତା ମହାପାତ୍ର, ୮ମ ଶ୍ରେଣୀର ଏ. ଲିସା ବେହେରା, ସୋନମ୍ ସୁବୁଦ୍ଧି, ବର୍ଷାରାଣୀ ଗୋଛାୟତ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ନପୂର୍ଣ୍ଣା ପାଣି, ସହକାରୀ ପ୍ରକାଶ ଚନ୍ଦ୍ର ଦାଶ, ପ୍ରଭାତୀ ସାହୁ, ମଧୁସ୍ମିତା ଶତପଥୀ, ଜ୍ୟୋତିରାଣୀ ବାରିକ, ରାଜଲକ୍ଷ୍ମୀ ମିଶ୍ର, ଗୀତାରାଣୀ ମିଶ୍ର, ରୋଜାଲିନ ଖୁଣ୍ଟିଆ, ସ୍ୱର୍ଣ୍ଣଲତା ମିଶ୍ର, ପୂଜା ତ୍ରିପାଠୀ ପ୍ରତିଯୋଗିତା ପରିଚାଳନା କରିଥିଲେ। ସମ୍ପାଦକ ବିପିନ ବିହାରୀ ଦଳାଇ ଦେଖିଲେଖିବା ଶୈଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ।।
