ଭଦ୍ରକ କଲେକ୍ଟରେଟ୍ରେ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସମୀକ୍ଷା
ଭଦ୍ରକ କଲେକ୍ଟରେଟ୍ରେ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସମୀକ୍ଷା — ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଆୟୋଜିତଭଦ୍ରକ, ୧୨/୧୨/୨୦୨୫ — ଆସନ୍ତା ପଞ୍ଚାୟତ ଏବଂ ନିର୍ବାଚନୀ କାର୍ଯ୍ୟସମୂହକୁ ସୁଚାରୁ ଭାବରେ ନିଷ୍ପାଦନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତଶ୍ରୀ ମଧୁସୂଦନ ପାଢ଼ୀ ଭଦ୍ରକ କଲେକ୍ଟରେଟ୍କୁ ଆଜି ଦିନିକିଆ ସରକାରୀ ସମୀକ୍ଷା ଯାତ୍ରା କରିଛନ୍ତି।ଏହି ସମୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ପ୍ରଗତି ପର୍ଯ୍ୟାଳୋଚନା ବୈଠକ ଆୟୋଜିତ ହେଇଥିଲା।ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମୀକ୍ଷା ବୈଠକରେ ଭୋଟର ତାଲିକା ସଂଶୋଧନ, ମତଦାନ କେନ୍ଦ୍ର ସୁବିଧା, କର୍ମଚାରୀ ନିଯୁକ୍ତି

, ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି, ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତି ଇତ୍ୟାଦି ବିଷୟରେ ଆଲୋଚନା ହେଲା।ନିର୍ବାଚନ ଆୟୁକ୍ତ ଜିଲ୍ଲା ପ୍ରଶାସନଙ୍କ ପ୍ରସ୍ତୁତି ପ୍ରତି ସନ୍ତୋଷ ପ୍ରକାଶ କରି ଭୋଟରମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଉପଲବ୍ଧ କରାଇବାକୁ ନିର୍ଦେଶ ଦେଲେ। ସମସ୍ତ ଅଧିକାରୀଙ୍କୁ ସମୟସୀମା ମଧ୍ୟରେ ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେବୈଠକରେ ଏ.ଡି.ଏମ୍, ସବ୍-କଲେକ୍ଟର, ବ୍ଲକ୍ ଅଧିକାରୀ, ନିର୍ବାଚନ ଶାଖା ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
