କନ୍ଧମାଳ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ମହୋନ ଚରଣ ମାଝୀ ଙ୍କ ବକ୍ତବ୍ୟକୁ ଦୃଢ ନିନ୍ଦା

କନ୍ଧମାଳ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ମହୋନ ଚରଣ ମାଝୀ ଙ୍କ ବକ୍ତବ୍ୟକୁ ଦୃଢ ନିନ୍ଦା ।

ଫୁଲବାଣୀ,କନ୍ଧମାଳ ଜିଲ୍ଲାର
ସମସ୍ତ ଆଉଟ ସୋର୍ସିଙ୍ଗ କର୍ମଚାରୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ନାୟକ ଓ କାର୍ଯ୍ୟକାରୀ ସଭାପତି ସତ୍ୟ ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଏବଂ ଜିଲ୍ଲାସଙ୍ଘର ଉପଦେଷ୍ଟା ଶ୍ରୀ ନୀଳ ମାଧବ ସାହୁ ମୁଖ୍ୟବକ୍ତା ଶ୍ରୀ ବ୍ରଜ କିଶୋର ପଟ୍ଟନାୟକଙ୍କ ସହ ରାଜ୍ୟ ସଙ୍ଘର ଉପସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ବକ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି l

ସଙ୍ଘ ପକ୍ଷରୁ ଯାହା କୁହାଯାଇଛି ତାହା ହେଉଛି
ଗତକାଲି ଓଡ଼ିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମହୋନ ଚରଣ ମାଝୀ ମହୋଦୟ ଯୋଗଦେଇଥିବା ନିଯୁକ୍ତି ମେଳାରେ ଉଦବୋଧନ ଦେବା ସମୟରେ ଗଣ ମାଧ୍ୟମକୁ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ବିପକ୍ଷରେ ବାର୍ତ୍ତା ଦେଇ ଆଉଟସୋର୍ସିଙ୍ଗ କର୍ମଚାରିଙ୍କୁ ଆକ୍ଷେପ କରି କହିଛନ୍ତି ଯେ ଆଉଟସୋର୍ସିଙ୍ଗ କର୍ମଚାରୀ ରହିଲେ ତଥ୍ୟ ବାହାରକୁ ଯିବା ଆଶଙ୍କା ଅଛି ବୋଲି ମୁଖ୍ୟମନ୍ତ୍ରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ଚୋର ସଜେଇଦେଇଛନ୍ତି । ସେଇଥି ପାଇଁ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ ଶାଖା ତରଫରୁ ଏହାକୁ ଘୋର ନିନ୍ଦା କରୀବା ସହିତ ଆଜି ସଂଧ୍ୟା ୫ ଘଣ୍ଟିକା ସମୟରେ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ମହୋଦୟଙ୍କ କାର୍ଯ୍ୟାଳୟ ସମୁଖରେ ଗତକାଲିର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ବାର୍ତ୍ତାକୁ ଆଧାର କରି ସେଇବିବୃତି ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ମୁଖ୍ୟମନ୍ତ୍ରୀ କହିଥିବା ବକ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ, ବୋଲି ଗଣ ମାଧ୍ୟମକୁ ଜଣାଇଛନ୍ତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯଦି ଆଶଙ୍କାରେ ଅଛନ୍ତି ତେବେ ଓଡିଶାରୁ ଏହି କ୍ରୀତଦାସ ପ୍ରଥାକୁ ଉଛେଦ କରି ସମସ୍ଥ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ କରିଦିଅନ୍ତୁ । ଯଦି ସରକାର ନକରନ୍ତି ତେବେ ଏହି ମାସ ଶେଷ ସୁଦ୍ଧା ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାଜଧାନୀର ଲୱେର ପିଏମଜୀ ରେ ତାର ଶକ୍ତି ପ୍ରଦର୍ଶନ କରି ନୁଆ ରୂପରେଖାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ପଛେଇବେ ନାହିଁ ବୋଲି କନ୍ଧମାଳ ଶାଖା ପକ୍ଷରୁ କୁହା ଯାଇଅଛି ।

Leave a Reply

Your email address will not be published. Required fields are marked *