ଅବସରପ୍ରାପ୍ତ ସୈନିକ ମାନଙ୍କର ବାର୍ଷିକ ବୈଠକ
ଅବସରପ୍ରାପ୍ତ ସୈନିକ ମାନଙ୍କର ବାର୍ଷିକ ବୈଠକ
ଆଠମଲ୍ଲିକ, ପଞ୍ଚଧାରା ଭେଟେରେନ୍ସ ଆସୋସିଏସନ ର ବାର୍ଷିକ ବୈଠକ ବଇଣ୍ଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା. ସେଥିରେ ଆଠମଲ୍ଲିକ, କିଶୋରନଗର, ବଇଣ୍ଡା, ଜରପଡା ଅଞ୍ଚଳର ବହୁ ମାତ୍ରାରେ ଅବସରପ୍ରାପ୍ତ ସୈନିକ କର୍ମଚାରୀ ଯୋଗ ଦେଇଥିଲେ. ଆସୋସିଏସନର ସଭାପତି ପ୍ରମୋଦ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ ଏବଂ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ରଣା ସ୍ୱାଗତ ଅଭିଭାଷଣ ରଖିଥିଲେ. ଆଗାମୀ ଦିନରେ ହେଉଥିବା ପାରିବାରିକ ବାର୍ଷିକ ସମ୍ମିଳନୀର ପ୍ରସ୍ତୁତି କରଣ ଏବଂ ସୈନିକ ମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା ଦୂରୀକରଣ କରିବାପାଇଁ ଆଲୋଚନାକୁ ନିଆଗଲା । ସାମାଜିକ କାର୍ଯ୍ୟ କରିବା ପାଇଁ ସଂଘ ପକ୍ଷରୁ ମଧ୍ୟ ନିଷ୍ପତ୍ତି ନିଆଗଲା । ତାପରେ ଆଗକୁ କେଉଁ ପ୍ରକାରର କାର୍ଯ୍ୟ କରିବାକୁ ପଡିବ ସେ ବିଷୟରେ ମଧ୍ଯ ଶୁଚି ବନାଗଲା । ଦୁର୍ଯ୍ୟୋଧନ ସାହୁ, ଅଶୋକ କୁମାର ଶତପଥି, ଲଛମନ ସାହୁ, ରାମ ପ୍ରସାଦ ତ୍ରିପାଠୀ, ତ୍ରୀନାଥେଶ୍ବର ପ୍ରଧାନ, ପବିତ୍ର ରଣା, ପ୍ରଦୀପ କୁମାର ପ୍ରଧାନ, ସନ୍ତୋଷ କୁମାର ନାୟକ, ଅଶୋକ ପ୍ରଧାନ ଏବଂ ସୁଦର୍ଶନ ବିଶ୍ଵାଳଙ୍କ ସହଯୋଗରେ ସଭାର କାର୍ଯ୍ୟକ୍ରମ ସମ୍ପୂର୍ଣ ହୋଇଥିଲା ।
