ମନ୍ଦିରରର ନୂତନ ଭାବେ ପରିଚାଳନା ଦାଇତ୍ୱ ନେଇଛନ୍ତି ସ୍ଥାନୀୟ ତହସିଲଦାର

ପୁରୁଷୋତ୍ତମପୁର : ୧୩/୧ ଜ଼ିଲ୍ଲା ତଥା ସାରା ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ମନ୍ଦିରରର ନୂତନ ଭାବେ ପରିଚାଳନା ଦାଇତ୍ୱ ନେଇଛନ୍ତି ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା | ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ଦେବୋତ୍ତର କମିଶନର ଙ୍କ ନିର୍ଦେଶ କ୍ରମେ ତଥା ଜ଼ିଲ୍ଲାପାଲା ଓ ଉପ ଜ଼ିଲ୍ଲାପାଳଙ୍କ ତତ୍ୱାବଧାନରେ ମନ୍ଦିରରର ନୂତନ ଭାବେ ସେ କାର୍ଯ୍ୟ ନିର୍ବାହୀ ଦାଇତ୍ୱ ନେଇଛନ୍ତି | ଦାଇତ୍ୱ ନେବା ପରେ ପ୍ରଥମେ ସେ ମା ଙ୍କ ପାଖକୁ ଯାଇ ଆଶୀର୍ବାଦ ନେଇଥିଲେ l ଏଥିପାଇଁ ସେ ସମସ୍ତ ଜନସାଧାରଣ ଓ ମନ୍ଦିର ପୂଜା କମିଟିକୁ ଧନ୍ୟବାଦ ଜଣେଇଛନ୍ତି | କାର୍ଯ୍ୟଭାର ଗ୍ରହଣ ପରେ ପରେ ତାଙ୍କର ପ୍ରଥମ ପଦକ୍ଷେପ ସ୍ୱରୂପ ମନ୍ଦିର ଚତୁର୍ପାର୍ଶ୍ୱରେ ଆଲୋକୀକରଣ ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ l ଓ ଏଥିପାଇଁ ଉଭୟ ବିଭାଗକୁ ଡାକି ତାଙ୍କ ସହିତ ଆଲୋଚନା କରିଥିଲେ ଏବଂ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ କଡା ନିର୍ଦେଶ ମଧ୍ୟ ଦେଇଥିଲେ | ବର୍ତମାନ ଶୀତ ଋତୁ ଚାଲିଥିବାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି କିପରି ସେମାନେ ଶୃଙ୍ଖଳିତ ଦର୍ଶନ କରିବେ ସେଥିପ୍ରତି ଜୋର ଦିଆଯିଵା ସହିତ ଆଗାମୀ ଦିନରେ ମାଙ୍କ ଚୈତ୍ର ମାସ ପାଳି ଆସୁଥିବାରୁ ଭକ୍ତ ମାନଙ୍କୁ ଧ୍ୟାନରେ ରଖି ସମସ୍ତ ବିଭାଗକୁ ନେଇ ଆଗାମୀ ୭ ଦିନ ମଧ୍ୟ ରେ ଏକ ଜରୁରୀକାଳୀନ ବୈଠକ କରି ଏହାର ସମୀକ୍ଷା କରାଯିବ ବୋଲି କହିଥିଲେ | ମାଙ୍କ ରୀତିନୀତି ଯେପରି ସକାଳୁ ପହଡ଼ ଫିଟା ଠାରୁ ଆରମ୍ଭକରି ବଡ଼ସିଂହାର ପର୍ଯ୍ୟନ୍ତ କିପରି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ମଧ୍ୟ ଚେଷ୍ଟା କରିବି ବୋଲି କହିଥିଲେ ଓ ଏଥିପାଇଁ ମନ୍ଦିର ସେବାୟତ ଓ ଜନସାଧାରଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ |ମାଆଙ୍କ ସେବାୟତ ମାନେ ସେମାନଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ତହସିଲଦାର ଦାୟିତ୍ୱ୍ୱ ନେଇଥିବାରୁ ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସହ ଆଗକୁ ମାଆଙ୍କ ଆହୁରି ଉତ୍ତରୋତ୍ତର ଉର୍ନତି ହେବ ବୋଲି ସେମାନେ ଆଶା ରଖିଛନ୍ତି l
ସ୍ଥାନୀୟ ତହସିଲଦାରଙ୍କ ମନ୍ଦିରର ନୂତନ ଭାବେ ପରିଚାଳନା ଦାଇତ୍ୱ ନେଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଵା ସହ ପୁରୁଷୋତ୍ତମପୁର ସେବା ସାମ୍ବାଦିକ ସଂଘ ତରଫରୁ ସମସ୍ତ ସଦସ୍ୟ ଉପସ୍ଥିତ ରହି ତସିଲଦାର ଙ୍କୁ ଶୁଭେଚ୍ଛା ଜଣl ଇଥିଲେ |

Leave a Reply

Your email address will not be published. Required fields are marked *