ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ଢିଲା

ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ଢିଲା, ସିଂହଦ୍ୱାର ନିକଟରେ ପହଂଚିଲା ନିଶାଗ୍ରସ୍ତ ଯୁବଙ୍କ କାର,

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ କାର୍ ପୁରାଇ ମଦ୍ଯପଙ୍କ ଉନ୍ମତ୍ତ କାଣ୍ଡ ପରେ ପୁଲିସ ନାକେଦମ୍। ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ପାଞ୍ଚଜଣ ଯୁବକ ନିଶାସକ୍ତ ଅବସ୍ଥାରେ ମାର୍କେଟ ଛକ ଆଡୁ ମରଚିକୋଟ ଛକ ଦେଇ ଦୃତ ଗତିରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ଆଡକୁ ମାଡ଼ି ଆସୁଥିଲେ। କାର୍ କୁ ଅଟକାଇବା ପାଇଁ ପୁଲିସ ଉଦ୍ୟମ କରିଥିଲେ ବି ସମ୍ଭବ ହୋଇନଥିଲା। ପିସିଆର ଗାଡ଼ି ସେମାନଙ୍କୁ ପିଛା କରି ସିଂହଦ୍ଵାର ଥାନା ସମ୍ମୁଖରେ ପୁଲିସ ଚତୁରତାର ସହ ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲା । ଗାଡ଼ି ଭିତରେ ଥିବା ସମସ୍ତ ଯୁବକ ନିଶାସକ୍ତ ଥିଲେ। ଡ୍ରାଇଭିଂ କରୁଥିବା ଯୁବକ ଗୋଟିଏ ହାତରେ ଡ୍ରାଇଭିଂ କରୁଥିଲା। ଅନ୍ୟ ଯୁବକ ମାନେ ଏତେ ମଦ୍ୟପାନ କରିଥିଲେ ଯେ ଚାଲିପାରୁନଥିଲେ। ନିଶାସକ୍ତ ଅବସ୍ଥାରେ ଥିବାରୁ ଗାଡିରୁ ସେମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଗାଡ଼ିକୁ ଜବତ କରିବା ସହ ଟ୍ରାଫିକ ଥାନାକୁ ହସ୍ତାନ୍ତର କରିଥିଲା ପୁଲିସ। ପୁଲିସର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଅଘଟଣର ବିପଦ ଟଳି ଯାଇଥିଲା।

Leave a Reply

Your email address will not be published. Required fields are marked *