ବଡ଼ଚଣା ମହୋତ୍ସବ କାର୍ଯ୍ୟାଳୟ ନାମ ଲିଭାଇ ଅଭିଯୁକ୍ତ ଗିରଫ.

ବଡ଼ଚଣା ମହୋତ୍ସବ କାର୍ଯ୍ୟାଳୟ ନାମ ଲିଭାଇ ଅଭିଯୁକ୍ତ ଗିରଫ.ବଡ଼ଚଣା : ଆମ ବଡ଼ଚଣା ମହୋତ୍ସବ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ କିଛି ଖଳ ପ୍ରକୃତିର ଲୋକ ସକ୍ରୀୟ ହୋଇଛନ୍ତି।ମହୋତ୍ସବ ପୂର୍ବ କମିଟି ସହ ସ୍ଥାୟୀ ସଭାପତି ଭାବେ ବଡଚଣା ବିଧାୟକଙ୍କ ନାମ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା।ଦିର୍ଘ ଦଶ ବର୍ଷ ଧରି ମହୋତ୍ସବ ହେଉଥିଲେବି ସରକାରୀ ଭାବେ ଏହାର ପଞିକରଣ ହୋଇନଥିଲା।ଯାହା ଫଳରେ ବିଭିନ୍ନ ଉତ୍ସରୁ ଆସୁଥିବା ଅର୍ଥ ରାଶି ବାଟମାରଣା ହେବା ସହ ଆୟ ବ୍ୟୟର ହିସାବ ରହୁ ନଥିଲା।ପୁର୍ବ ସଭାପତି ଏକ ତରଫା ଭାବେ କ୍ରିୟାନୁଷ୍ଠାନ କମିଟି ନାମରେ ଅର୍ଥ ଆଦାୟ କରି ତୋଷାରପାତ କରି ଆସୁଥିଲେ।ମହୋତ୍ସବ କମିଟି ପଞିକରଣ କରିବା କିମ୍ବା ଆୟ ବ୍ୟୟ ହିସାବ ଦେବାରେ ବିଫଳ ହେବାରୁ ଚଳିତ ବର୍ଷ ଆମ ବଡଚଣା ମହୋତ୍ସବ ନାମରେ ପଞିକୃତ କରାଗଲା।ଏଥି ସହ ଆସନ୍ତା ବର୍ଷ ଜାନୁଆରୀ ସାତ ତାରିଖରୁ ତେର ତାରିଖ ପର୍ଯ୍ୟନ୍ତ ମହୋତ୍ସବ ପାଇଁ ସ୍ଥିର କରାଗଲା।ଏଥିରେ କିଛି ବ୍ୟକ୍ତି ଅସନ୍ତୋଷ ବ୍ୟକ୍ତ କରି ଏହାକୁ ଭଣ୍ଡୁର କରିବା ପାଇଁ ବିଭିନ୍ନ ପ୍ରକାର ଅଭିଯୋଗ ଓ ବୈଠକ କରୁଛନ୍ତି।ଗତ କାଲି ଏକ ବୈଠକ ଆହ୍ବାନ କରି ମହୋତ୍ସବ କମିଟିକୁ ବିରୋଧ କରିବା ସହ ବଡଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ଜଣେ ଦିନ ମଜୁରିଆ ବାଘ ମଲ୍ଲିକଙ୍କ ପୁଅ ବିଜୟ ମଲ୍ଲିକଙ୍କୁ କିଛି ଅର୍ଥ ଲୋଭ ଦେଖାଇ ଆମ ବଡଚଣା ବଡଚଣା ମହୋତ୍ସବ କାର୍ଯ୍ୟାଳୟ ଉପରେ ଲେଖା ଉପରେ ପୋଲିସ ଉପସ୍ଥିତରେ କଳା ରଙ୍ଗ ବୋଳିଥିଲ।ଏ ନେଇ ଅଭିଯୋଗ ହେବା ପରେ ବଡଚଣା ପୋଲିସ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଏହି କାମ କରିବାକୁ ଦେଉଳକୁର ଗ୍ରାମର ରବିନ୍ଦ୍ର ରଣା କହିଥିବା ବିଜୟ ସ୍ଵିକାର କରିଛନ୍ତି।ମହୋତ୍ସବକୁ ନେଇ ଏଭଳି ଭିନ୍ନ ମତ ରଖି ଭଣ୍ଡୁର କରିବା ପାଇଁ ଯେଉଁମାନେ ପ୍ରୟାସ କରୁଛନ୍ତି ସାଧାଣରେ ଏହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *