ରାଜନୈତିକ ଚକ୍ରବ୍ୟୁହ ରେ ଫସି ଗଲେ କି ଜିଲ୍ଲା ମାଇନିଂ ଅଧିକାରୀ

ତିର୍ତ୍ତୋଲ:ବାଲି ହାଇୱା ଜବତ କରି ଏକାଧିକ ଥାନା ଅଧିକାରୀ ବଦଳି ହେବା ପରେ ବର୍ତ୍ତମାନ ଚୋଟ ବସିଛି ଜିଲ୍ଲା ମାଇନିଂ ଅଧିକାରୀ ଙ୍କ ଉପରେ | ବର୍ତ୍ତମାନ ଯଦି ଏହି ହାଇୱା ଜବତ ଆଇନ ସମ୍ମତ ଅଛି ଆଗରୁ ହାଇୱା ଜବତ କରି ବଦଳି ଅର୍ଡର ଧରିଥିବା ଥାନା ଅଧିକାରୀ ମାନେ ଦୋଷୀ ହେଲେ କେମିତି? କାହା ନିର୍ଦେଶ ରେ ଥାନା ଅଧିକାରୀ ମାନେ ବଦଳି ହେଉଥିଲେ? କିଏ ସେହି ପାୱାର ହାଉସ? ଏମିତି ଅନେକ ପ୍ରଶ୍ନ ତଥା ଚର୍ଚ୍ଚା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା ର ଶିରୋନାମା ପାଲଟିଛି | ସୂଚନା ଅନୁସାରେ ଗତ ନଭେମ୍ବର ମାସ ୨୫ ତାରିଖ ବିଳମ୍ବିତ ରାତ୍ରିରେ କେନ୍ଦ୍ରାଞ୍ଚଳ ଡିଆଜି ଜଗତସିଂହପୁର ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଚଢ଼ାଉ ରେ ତିର୍ତ୍ତୋଲ ତହସିଲ ଅଧୀନ କିଳିପାଳ ବାଲି ଘାଟରୁ ୪୩ ଟି ହାଇୱା ସହିତ ୩ ଟି ପ୍ରୋକଲିନ ମେସିନ ଜବତ କରାଯାଇଥିଲା | ସେହିପରି ଗତ ଡିସେମ୍ବର ୧୧ ତାରିଖ ସନ୍ଧ୍ୟାରେ ଯଇପୁର ବାଲିଘାଟ ରୁ ୨୨ ଟି ହାଇୱା ସହିତ ୨ ଟି ପ୍ରୋକଲିନ ମେସିନ ଜବତ କରାଯାଇଥିଲା |ଏଠି ସାଧାରଣ ରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ଯେଉଁ ଗାଡି ଗୁଡିକୁ ଜବତ କରାଯାଇଛି ସେଥି ମଧ୍ୟରୁ ବାଲି ବୋଝେଇ ଏକାଧିକ ଗାଡି ଗୁଡିକ ପାଖରେ ଟ୍ରାଞ୍ଜିଟ୍ ପାସ୍ ଥିବା ବେଳେ ଖାଲି ଗାଡି ଗୁଡିକୁ ମଧ୍ୟ ଜବତ କରାଯାଇଛି କାହିଁକି | ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଲଘୁ ଓ ଖଣି ଅଧିକାରୀ ଙ୍କ ନାମରେ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି | ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଜିଲ୍ଲା ସ୍ଥରୀୟ ଅଧିକାରୀ ଙ୍କ ନାମରେ ମାମଲା ଦାୟର କରିବା ଜିଲ୍ଲା ଇତିହାସ ରେ ପ୍ରଥମ ଘଟଣାର ମାନ୍ୟତା ପାଇଗଲାଣି | ଏଠି ପ୍ରଶ୍ନ ଉଠୁଛି ବାସ୍ତବରେ ଭୁଲ କାହାର ଘାଟ ନିଲାମଧାରୀ ର ନା ଘାଟ ଚଳାଉଥିବା ମାଫିଆ ମାନଙ୍କର ନା ଜିଲ୍ଲା ଲଘୁ ଓ ଖଣି ଅଧିକାରୀ ଙ୍କର ନା ବାଲି ବୋହୁଥିବା ହାଇୱା ମାଲିକ ମାନଙ୍କର | ଅନ୍ୟ ପକ୍ଷରେ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି ରାଜନୈତିକ ଚକ୍ରବ୍ୟୁହ ରେ ପେଶି ହେଉଛନ୍ତି ସମସ୍ତେ | କାହିଁକି ନା ଖାଲି ଏ ଦୁଇଟି ବାଲିଘାଟ ନୁହେଁ ତିର୍ତ୍ତୋଲ ଅଞ୍ଚଳର ପ୍ରାୟ ସମସ୍ତ ଘାଟରୁ ସିଂଘଭାଗ ବାଲି ପାରାଦ୍ୱୀପ କୁ ଚାଲାଣ ହୋଇଥାଏ |ଏହାର ମୁଖ୍ୟ ସୂତ୍ର ଧର କିଏ କାହା ଇଙ୍ଗିତରେ ଚୋରା ବାଲି ପାରାଦ୍ୱୀପ କୂ ଚାଲାଣ ହେଉଥିଲା? ଜିଲ୍ଲା ଖଣି ଅଧିକାରୀ ଙ୍କ ପାଖରେ କର୍ମଚାରୀ ନାହାନ୍ତି ଶୁଣା ଯାଉଛି ଯେ, ଖଣି ଅଧିକାରୀଙ୍କୁ ପ୍ରଶାସନ ସହଯୋଗ କରୁନଥିଲା ସେଥିପାଇଁ ଖଣି ଅଧିକାରୀ ବାଲି ମାଫିଆ ଙ୍କ ଉପରେ କିଛି ପଦକ୍ଷେପ ନେଇ ପାରୁନଥିଲେ l ଶୁଣିବାକୁ ମିଳୁଛି ବାଲି ଚୋରା ଚାଲାଣ ସୂତ୍ରଧର ଥିଲେ ଶାସକ ଦଳର କିଛି ଛାମୁଆ ନେତା ସେମାନଙ୍କୁ ଧରିବା ପାଇଁ ଜିଲ୍ଲା ପ୍ରଶାସନ ର ହାତ ପାଉନାହିଁ | ସେଥିପାଇଁ କଥାରେ ଅଛି ମାରେ ମାରେ ଭଣ୍ଡାରିଆକୁ ମାରେ ନୀତିରେ ଜିଲ୍ଲା ପ୍ରଶାସନ ଖଣି ଅଧିକାରୀଙ୍କ ନାମରେ ମାମଲା ଦାୟର କରି ମୁଣ୍ଡ ରୁ ଦୋଷ ଖସାଇ ଚୁପ ବସିଛି | ଖଣି ଅଧିକାରୀ ଙ୍କ ନାମ ରେ ମାମଲା ହେବା ପଛରେ ଜିଲ୍ଲା ର ତିନି ତୁଙ୍ଗ ନେତା ଙ୍କ ଭିତରେ ମନାନ୍ତର ର କରୁଣ ପରିଣତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଦେଖିଵାକୁ ବାକି ରହିଲା ଆଗାମୀ ଦିନରେ ଏହି ମାମଲା ର ଗତି କୁଆଡେ ଯାଉଛି | ଜିଲ୍ଲା ରେ ରାଜନୈତିକ ଚକ୍ରବ୍ୟୁହ ରେ ଆଉ କିଏ କିଏ ବଳି ପଡୁଛନ୍ତି |

Leave a Reply

Your email address will not be published. Required fields are marked *