ରଘୁନାଥପୁର ଅଞ୍ଚଳରେ ବେ ଧଡକ ଚାଲିଛି ଚୋରାକାଠ ବ୍ୟବସାୟ।
ରଘୁନାଥପୁର ଅଞ୍ଚଳରେ ବେଧଡକ ଚାଲିଛି ଚୋରାକାଠ ବ୍ୟବସାୟ।ନିଶାଶକ୍ତ ବନଅଧିକାରୀଙ୍କ ପାଇଁ କ୍ଷତି ସହୁଛନ୍ତି ସରକାର।ରଘୁନାଥପୁର ତା /୧୭-୧୨:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ବେଧଡକ ଚାଲିଛି ଚୋରାକାଠ ବ୍ୟବସାୟ।ପ୍ରତିଦିନ ଏହି ଅଞ୍ଚଳରୁ ଆମ୍ବ,ପଣସ,ଶାଗୁଆନ,ଅନ୍ୟାନ୍ୟ ଫଳଯାତୀୟ ଓ ବହୁମୂଲ୍ୟ ବାନ କାଠ ଚାଲାଣ ହେଉଥିଲେବି ବନବିଭାଗ ନିରବତାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୣଷ୍ଟିକରିଛି।ଫଳଯାତୀୟ ବୣକ୍ଷ କାଟିବା ଉପରେ ସରକାର ରୋକ ଲଗାଇଥିବାବେଳେ କିପରି ପ୍ରତିଦିନ ଏତେମାତ୍ରା ଚୋରାକାଠ ଚାଲଣହେଉଛି ତାହାଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।କାଠମାଫିଆମାନେ ବିଳମ୍ବିତ ରାତିରେ ବେଧଡକ କାଠ ଚାଲାଣ କରୁଥିବା କଥା ବନବିଭାଗ ଜାଣି ମଧ୍ୟ ନଜାଣିବାପରି ରହୁଥିବାରୁ ଏହି ଅଞ୍ଚଳ କାଠମାଫିଆ ମାନଙ୍କପାଇଁ ଭୂସ୍ଵର୍ଗପାଲଟିଛି।ବିନା ପ୍ରତିବନ୍ଧକରେ ସେମାନେ ପ୍ରତିଦିନ ଶହଶହ ଟ୍ରାକ୍ଟର କାଠ ଚାଲାଣ କରୁଥିବା ଅଭିଯୋଗ ହେଉଥିଲେବି ପ୍ରଶାସନନିରବ।ଅପରପକ୍ଷରେ ରଘୁନାଥପୁର ଅଞ୍ଚଳରେ ବନକାର୍ଯ୍ୟଳୟ ଥିଲେବି ଏଠାରେ ଆଞ୍ଚଳିକ ବନଅଧିକାରୀ ରୁହନ୍ତି ନାହାଁନ୍ତି।ଏହି କାର୍ଯ୍ୟାଳୟ ରେ ଦିନରାତି ତାଲାଝୁଲୁଥିବା ଦେଖିବାକୁମିଳିଥାଏ।ବନଅଧିକାରୀ ଜଣକ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ରହୁଥିବାରୁ ସରକାର ଙ୍କ ବିପୁଳ ରାଜସ୍ବକ୍ଷତିଘଟୁଛି ବୋଲି ଅଭିଯୋଗ ହେଉଛି।ଏହାର ସୁଯୋଗ ନେଇ ଶନିବାର ବିଳମ୍ବିତ ରାତିରେ ଏହିବ୍ଲକ ସାଦେଇପୁର ଅଞ୍ଚଳରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମୋଟାମୋଟା ଆମ୍ବ କାଠଗଣ୍ଡି ଚାଲାଣ ହେଉଥିବା କଥା ରଘୁନାଥପୁର ବନକଅଧିକାରୀ ଙ୍କୁ ସ୍ଥାନୀୟ ଲୋକେ ଖବରଦେଇଥିଲେ।ଖବରପାଇ ବହୁ ବିଳମ୍ବରେ ବନଅଧିକାରୀ ସେଠାରେ ପହଞ୍ଚି କାଠ ଜବତକରିଥିଲେବି କାଠମାଫିଆମାନେ ଫେରାର ହୋଇଯାଇଥିଲେ।ଏସମ୍ପର୍କରେ ବନଅଧିକାରୀଙ୍କୁ ପଚାରି ବାରେ ସେ କହିଥିଲେ କାଠ ରଖାହୋଇଛି ମାପଚୁପହେବ କିନ୍ତୁ ବିଧାୟକ ଚାପପ୍ରୟୋଗ କରୁଛନ୍ତି କାଠ ଛାଡିଦେବାପାଇଁ।ତେବେ ବିଧାୟକ ଏହିକାଠମାଫିଆଙ୍କ ଠାରୁ ବଟିନେଉନାହାନ୍ତିତ।ଗୋଟିଏପଟେ ନିଶାସକ୍ତ ବନକର୍ମଚାରୀ ଓ ଆଉ ଗୋଟିଏପଟେ କାଠମାଫିଆଙ୍କ କାଠ ଛାଡିଦେବାପାଇଁ ବିଧାୟକ ଙ୍କ ଚାପ। ଏହାରିଭିତରେ ସରକାରଙ୍କ ରାଜସ୍ବ କ୍ଷତି ଭରଣାକରିବ କିଏ ବୋଲି ବିଜେପି ଯୁବନେତା ବଳରାମ ଦଳାଇ କହିଛନ୍ତି।ତୁରନ୍ତ ନିଶାସକ୍ତ ଆଞ୍ଚଳିକ ବନଅଧିକାରୀଙ୍କ ବଦଳି ସହିତ ଚୋରାକାଠ ମାଫିଆ ଙ୍କୁ ଗିରଫକରିବାପାଇଁ ସରକାଙ୍କ ନିକଟରେ ଦାବୀକରିଛନ୍ତି।
