ଏକ ପେଡ୍ ମା କେ ନାମ 2.0

ଏକ ପେଡ୍ ମା କେ ନାମ 2.0 ରାଜ୍ୟ ସ୍ତରୀୟ ତଦାରଖ କମିଟି ବୈଠକ”ଏକ ପେଡ଼ ମା’କେ ନାମ” 2.0 କାର୍ଯ୍ୟକ୍ରମ ଅଭିଯାନ ଅଧୀନରେ ବୃକ୍ଷ ରୋପଣର ସୁରକ୍ଷା, ବଞ୍ଚିବା ଓ ସୁସ୍ଥ ଅଭିବୃଦ୍ଧି ପାଇଁ ସ୍ଥିରୀକୃତ ବିସ୍ତୃତ ନିୟମାବଳୀ ଆଧାରରେ ରାଜ୍ୟ ସ୍ତରୀୟ ତଦାରଖ କମିଟିର ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇ ଯାଇଛି l ଏହି ବୈଠକରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି କହିଲେ ଯେ ୧୭ ସେପ୍ଟେମ୍ବର ୨୦୨୫ରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ପ୍ରତି ମାସରେ ଏହି ବୈଠକ ଅନୁଷ୍ଠିତ ହେଇ ଆସୁଛି।ଚାରା ଗଛ ବଞ୍ଚିବା ଏବଂ ଏହାର ବୃଦ୍ଧି ଉପରେ ଏକ ପେଡ୍ ମା କେ ନାମ’ ୨.୦ ର ସଫଳତା ନିର୍ଭର କରେ l  ମାର୍ଗଦର୍ଶିକା ଅନୁଯାୟୀ ବୃକ୍ଷ ରୋପଣର ସୁରକ୍ଷା, ବଞ୍ଚିବା ଓ ସୁସ୍ଥ ଅଭିବୃଦ୍ଧି ପାଇଁ ସରକାରୀ ଭାବେ ଆମେ ସମସ୍ତେ ଯତ୍ନବାନ ହେବା ଦରକାର l         ୨୨ ସେପ୍ଟେମ୍ବର ୨୦୨୫ ରେ ମିଳିତ ନିର୍ଦ୍ଦେଶାବଳୀ ଅନୁଯାୟୀ ବୃକ୍ଷରୋପଣ ପରେ, ତ୍ରିସ୍ତରୀୟ ନିରୀକ୍ଷଣ ଓ ଦାୟିତ୍ୱ ବ୍ୟବସ୍ଥା ମାଧ୍ୟମରେ ବର୍ତ୍ତମାନର ସ୍ଥିତି ଓ ଅଗ୍ରଗତି ବିଷୟରେ ଶ୍ରୀ ସାହୁ ବିସ୍ତୃତ ଆଲୋଚନା କରିଥିଲେ। ସମୀକ୍ଷା ସମୟରେ ଅତିରିକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ ଯେ ମନିଟରିଂ ପୋର୍ଟାଲରେ ବାକିଥିବା ସମସ୍ତ ତଥ୍ୟ ଅପଲୋଡ୍ ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟ  ଦ୍ୱାରା ଅପଲୋଡ୍ କାର୍ଯ୍ୟ ସହଜ ତଥା ସମନ୍ୱୟ ରକ୍ଷା ପାଇଁ ସମସ୍ତ ଜିଲ୍ଲାର ବନଖଣ୍ଡ ଅଧିକାରୀ (DFO) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁନ୍ଦରଗଡ଼, ମାଲକାନଗିରି, ନୁଆପଡ଼ା, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟର ପ୍ରଗତିକୁ ବିଶେଷ ଭାବେ ସମୀକ୍ଷା କରାଯାଇ ସ୍ଥଗିତ ଥିବା ଡାଟା ଅପଲୋଡ୍‌ ଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆ ଯାଇଥିଲା। ଏହା ସହିତ ଜିଲ୍ଲା ସ୍ତରରେ ମାସିକ ସମୀକ୍ଷା ବୈଠକ ଆୟୋଜନ କରି ଅପଲୋଡ୍ ପ୍ରଗତିକୁ ନିରୀକ୍ଷଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ତଥ୍ୟ ଅପଲୋଡ୍ ସମାପ୍ତ କରା ଯାଇଥିବାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ବିଭାଗର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ। ଏଥି ସହିତ ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରି ସ୍ପଷ୍ଟ ଦାୟିତ୍ୱ ଏବଂ ନିର୍ଦ୍ଧିଷ୍ଟ ସମୟ ଅବଧିରେ  ଅଭିଯୋଗ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଆଗାମୀ ବନରୋପଣ ଋତୁ ପାଇଁ ପୂର୍ବ ପରିକଳ୍ପନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ବୈଜ୍ଞାନିକ ଭିତ୍ତିରେ ସ୍ଥଳ ଚୟନ, ଉଚିତ ପ୍ରଜାତିର ଚାରା ଚୟନ ଓ ଗୋଷ୍ଠୀ ସମୁଦାୟଙ୍କ ଭାଗୀଦାରି ବୃଦ୍ଧି କରିବା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ।ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ (PCCF & HoFF) ଜଣାଇଥିଲେ ଯେ ଆଗାମୀ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜଙ୍ଗଲ ଫଳ ପ୍ରଜାତି, ନନ ଟିମ୍ବର ଜଙ୍ଗଲ ଉତ୍ପାଦ (NTFP) ପ୍ରଜାତି ଓ ବହୁ-ଆର୍ଥିକ ମୂଲ୍ୟବାନ ପ୍ରଜାତିକୁ ପ୍ରାଥମିକତା ଦିଆଯିବ, ଯାହା ଜୀବିକା ସହାୟତା, ପଶୁ ଆହାର ଆବଶ୍ୟକତା ଓ ପରିବେଶୀୟ ସୁଧାରକୁ ସହଯୋଗ କରିବ। ସେ ସମସ୍ତ ବନଖଣ୍ଡ ଅଧିକାରୀମାନଙ୍କୁ ଚଳିତ ମାସ ଶେଷ ସୁଦ୍ଧା ପୋର୍ଟାଲ ଅପଲୋଡ୍ ସମାପ୍ତ କରିବା ପାଇଁ ପୁନର୍ବାର ଗୁରୁତ୍ୱ ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଉପଯୋଗକୁଶାସନ ସଚିବ ଜଙ୍ଗଲ ବିଭାଗ ଓ ଓଡ଼ିଶା ରିମୋଟ୍ ସେନ୍ସିଂ ଆପ୍ଲିକେସନ୍ ସେଣ୍ଟର (ORSAC) ଦ୍ୱାରା ସମଗ୍ର ରାଜ୍ୟରେ ଏକ ବ୍ୟାପକ, ପ୍ରଯୁକ୍ତିବିଦ୍ୟା ପରିଚାଳିତ ମନିଟରିଂ ସିଷ୍ଟମ୍ ବିକଶିତ କରିଥିବାରୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ କୃଷି-ଜଳବାୟୁ ଅଞ୍ଚଳ ଉପରେ ଆଧାରିତ ବୈଜ୍ଞାନିକ ସ୍ଥାନ ଚୟନ ପାଇଁ ଜଙ୍ଗଲ ବିଭାଗ (ସିଏଫ୍, ନିରୀକ୍ଷଣ, ମୂଲ୍ୟାଙ୍କନ ଏବଂ ଆଇଟି), ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ପ୍ରତିନିଧିମାନଙ୍କୁ ନେଇ ଏକ ବହୁମୁଖୀ କମିଟି ଗଠନ କରାଯିବ।       ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ପ୍ରମୁଖ ଶାସନ ସଚିବ, କୃଷି, ପଞ୍ଚାୟତୀ ରାଜ, ଉଦ୍ୟାନ ଏବଂ ଓଡ଼ିଶା ରିମୋଟ ସେନ୍ସିଂ ଆପ୍ଲିକେସନ ସେଣ୍ଟର (ORSAC) ର ବରିଷ୍ଠ ଅଧିକାରୀମାନଙ୍କ ସମେତ ସମସ୍ତ ଜିଲ୍ଲାପାଳ, ବିଭାଗୀୟ ବନ ଅଧିକାରୀ ( DFO) ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗଦେଇଥିଲେ।ଏହି ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ,  ପଞ୍ଚାୟତିରାଜ ବିଭାଗର କମିଶନର ତଥା ଶାସନ ସଚିବ, ଉଦ୍ୟାନ କୃଷି ଓ ଓରସାକ ର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲାପାଳ,   ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ବନ ଖଣ୍ଡ ଅଧିକାରୀ (ଡିଫଓ) ପ୍ରମୁଖ  ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ।ସମଗ୍ର ଓଡ଼ିଶାରେ “ଏକ ପେଡ୍ ମା କେ ନାମ ୨.୦” ଅଭିଯାନର ସ୍ୱଚ୍ଛ ନିରୀକ୍ଷଣ, ବଞ୍ଚିବା ହାର ଏବଂ ଗୋଷ୍ଠୀ କୈନ୍ଦ୍ରିକ କାର୍ଯ୍ୟାନ୍ୱୟନ ମାଧ୍ୟମରେ ସଫଳ ରୂପାୟନ ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରିଛି।

Leave a Reply

Your email address will not be published. Required fields are marked *