ବିଦ୍ୟାଳୟରେ ଗୀତା ପଠନକୁ ଗୁରୁତ୍ୱ ଦେବା ଆବଶ୍ୟକ

ବିଦ୍ୟାଳୟରେ ଗୀତା ପଠନକୁ ଗୁରୁତ୍ୱ ଦେବା ଆବଶ୍ୟକଗଣିଆ -ବିଦ୍ୟାଳୟରେ ଭଗବତ୍ ଗୀତାକୁ ପ୍ରାଧ୍ୟାନ୍ୟ ଦେବା ସହିତ ଅଭିଭାବକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଗୀତା ପଠନକୁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ନିଜର ଅଭିଭାଷଣରେ ପ୍ରଦାନ କରିଥିଲେ । ଗଣିଆରେ ଥିବା ଅଗ୍ରଣୀ ଇଂରାଜୀ ଶିକ୍ଷାନୁଷ୍ଠାନ ମହାନଦୀ ପବ୍ଲିକ ସ୍କୁଲରେ ଗୁରୁବାର ଭଗବତ୍ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦୁଝରର ଶ୍ରୀ ଶ୍ରୀ ଭଗବାନ ସ୍ବହମ୍ ସ୍ବାମୀ କୃପାପାତ୍ର ଅଖଣ୍ଡାନନ୍ଦ ସ୍ବାମୀଜୀ ଯୋଗ ଦେଇ ଭଗବତ୍ ଚର୍ଚ୍ଚା କରିଥିଲେ । ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ଗୀତା ପଠନ କରିବା ସହିତ ଆଗାମୀ ଦିନରେ ଗୀତା ପ୍ରତିଭା ଚୟନ କାର୍ଯ୍ୟକ୍ରମ କରିବାକୁ ସେ ବିଦ୍ୟାଳୟ ପରିଚାଳନା କମିଟିକୁ ଆହ୍ବାନ କରିଥିଲେ । ବିଦ୍ୟାଳୟ ତରଫରୁ ସ୍ବାମୀଜୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ମହେନ୍ଦ୍ର କୁମାର ମହାରଣା, ମ୍ୟାନେଜର ଅଶୋକ କୁମାର ସାହୁ, ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ତଥା ଅଭିଭାବକ ଉପସ୍ଥିତ ଥିଲେ । ଶିକ୍ଷାନୁଷ୍ଠାନରେ ଏଭଳି ଆଧ୍ୟାତ୍ମିକ ଚର୍ଚ୍ଚା ନିହାତି ଆବଶ୍ୟକ ବୋଲି ଅଭିଭାବକମାନେ ମତ ଦେବା ସହିତ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅନୁଷ୍ଠାନର ସମ୍ପାଦକ ପଙ୍କଜ କୁମାର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *