ସ୍ଥାୟୀ ମଶାଣି ପାଇଁ ଫୁଲବାଣୀ ପୌର ପରିଷଦ ,୬,୭,୯ ୱାର୍ଡ ବାସୀଙ୍କ ଦାବୀ ।
କନ୍ଧମାଳ, ଫୁଲବାଣୀ ପୋୖର ପରିଷଦରେ ସ୍ଥାୟୀ ମଶାଣି ପାଇଁ ଦୀର୍ଘ ଦିନରୁ ଦାବି କରିଆସୁଥିଲେ ସୁଦ୍ଧା, ଆଜିଯାଏଁ ଫୁଲବାଣୀ ପୌରପରିଷଦର ୱାର୍ଡ ନ-୬,୭,୯ ର ଶଗଡ଼ିଆ ସାହି, ଅମଲା ପଡା, ପେଞ୍ଜିସ।ହି, ଏଫ୍,ସି,ଆଇ ଛକ, ଅରବିନ୍ଦନଗର, ଗଉଡ ସାହିର ର ବାସିନ୍ଦା ମାନକୁ ଶବଦାହ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଅଛି । ପୂର୍ବରୁ ଏଫ୍,ସି ଆଇ ଛକ୍ ପାଖରେ ଥିବା କିଛି ଖାଲି ଜାଗାରେ ଏହି ସବୁ ଅଂଚଳ ବ।ସୀ ଶବ ଦାହ କରୁଥିଲେ ,କିନ୍ତୁ ପୌରବାରିଷଦ ତରଫରୁ ସେହି ଜାଗାରେ ପ୍ରଥମେ ମାଛ, ମାଂସ ମାର୍କେଟ ପରେ ପରେ ସହରର ସମସ୍ତ ମଇଳା ଆବର୍ଜନା ଉକ୍ତ ଜାଗାରେ ପକାଉଥିବାରୁ ଶବଦାହ କରିବାରେ ବହୁତ ଅସୁବିଧା ହେଉଅଛି ବୋଲି ସ୍ଥାନୀୟ ଶଗଡ଼ିଆ ସାହିର ସଭାପତି ଶ୍ରୀ କୁମୁଦ ନାୟକ,ସୁବାସ କହଁର,ଗ୍ରାମର କୁ ଷ।ଦକ୍ଷ ଶ୍ରୀ ପ୍ରମୋଦ ନାୟକ, ଯୁବ ସଭାପତି ରଞ୍ଜିତ ନାୟକ, ସ।ନୁଜ କହଁର, ଚିତ୍ର ନାୟକ, ଜୟ ନାୟକ ସେହିପରି ପେଞ୍ଜି ସାହିର ଲବ ମୁଖି ୬ନମ୍ୱର୍ ୱାର୍ଡର ଯୁବନେତୃତ ରମାକାନ୍ତ ବେହେରା, ଓ ଅନ୍ୟମାନେ ପ୍ରତିକ୍ରିୟା ଦେଇଥିଲେ ଏହାକୁ ଆଧାର କରି ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି ଫୁଲବାଣୀ ପୋୖର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଏହି ସବୁ ସମସ୍ୟା ବିଷୟରେ ପଚାରି ବୁଝିବାରୁ ନିର୍ବାହୀ ଅଧିକ।ରି ପ୍ରତିଉତ୍ତରରେ

କହିଥିଲେକି ? ସ୍ଥାନୀୟ ବିଧାୟକ ଏହି ସବୁଜ।ଗ।ରେ ମଶାଣି ଗୃହ ତିଆରି କରିବା ପାଇଁ ତାଙ୍କରି ସ୍ଵତନ୍ତ୍ର ପାଣ୍ଠି ରୁ ୭ ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରିଛନ୍ତି ଯାହା ୧୭/୦୬/୨୦୨୫ ତାରିଖରେ ସରକାରଙ୍କ ପାଖକୁ ପାଠ।ଯାଇଅଛି। ସେହି ଟଙ୍କା ଆସିଲେ ଆମ୍ଭେ ଏହି ୱାର୍ଡ଼ ଗୁଡିକରେ ମଶାଣି ଗୃହ ତିଆରି କରିବୁ ବୋଲି କହିଥିଲେ । ଲୋକଙ୍କ କହିବାକଥା ବାରମ୍ବାର ସରକ।ରିକଳ,ପ୍ରଶାସନିକଅଧିକ।ରି ଲୋକ ପ୍ରତିନିଧି ମାନ ଙ୍କୁ ଜଣାଇଲେ ମଧ୍ୟ କିଛିଫଳପ୍ରଦ ହେଉନଥିବା ଜଣାପଡୁଛି । ତା ୧୬/୧୨/୨୦୨୫ ରିଖରେ ସ୍ଥାନୀୟ ଶଗଡ଼ିଆ ସାହିର ସ୍ବର୍ଗତ ହୃଷି ନାୟକ ମୃତୁ ବରଣ କରିଥିଲେ ।ତାଙ୍କରି ଶବଦାହ କରିବା ପାଇଁ ଉକ୍ତ ସ୍ଥାନକୁ ଯିବାବେଳେ ଏତେ ମାତ୍ରାରେ ଅଳିଆ ଆବର୍ଜନା ପଡ଼ିଥିବା ଦେଖି ଶବ ବାହକ ମାନେ ପ୍ରତିକ୍ରିୟା କରି ସରକାରଙ୍କ ପାଖରେ ସ୍ଥାୟୀ ମଶାଣି ପାଇଁ ଦାବି କରିଥିବା ଦେଖିବାକୁ ମିଳିଥିଲା । ଦେଖିବାକୁ ବାକି ରହିଲା ସରକାର କେବେ ଏହିୱାର୍ଡ ବାସୀଙ୍କ ଦୁଃଖ ବୁଝି ସେମାନଙ୍କ ପାଇଁ ମଶାଣି ଗୃହ ତିଆରି କରୁଛନ୍ତି।
