ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୋତର ,ନୟାଗଡ଼ର ବାର୍ଷିକ କ୍ରୀଡା ମହୋତ୍ସବ ସଫଳତାର ସହିତ ଅନୁଷ୍ଠିତ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୋତର ,ନୟାଗଡ଼ର ବାର୍ଷିକ କ୍ରୀଡା ମହୋତ୍ସବ ସଫଳତାର ସହିତ ଅନୁଷ୍ଠିତଗତ ଦୁଇ ଦିନ ଧରି ଓଡ଼ିଶା ଆଦର୍ଶ ବିଦ୍ୟାଳୟନୋତର ନୟାଗଡ ର ବାର୍ଷିକ କ୍ରୀଡା ମହୋତ୍ସବ ୨୦୨୫-୨୬ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ମଶାଲ ପ୍ରଜ୍ବଳନ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ନୟାଗଡ଼ ଜିଲ୍ଲାର ଶାଖା ପରିଚାଳକ ଚିନ୍ମୟ ପାତ୍ର ମହୋଦୟ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଇଣ୍ଡୋତିବେତିଆନ ବୋର୍ଡର ପୋଲିସ ଫୋର୍ସର୍ ହାବିଲଦାର ପବିତ୍ର ମୋହନ ରାଏ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥଲେ। ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ତାଙ୍କ ଭାଷଣରେ କ୍ରୀଡାର ଗୁରୁତ୍ୱ ଓ ଶିକ୍ଷା ସହ କ୍ରୀଡାର ସମନ୍ୱୟ ଉପରେ ଆଲୋକ ପାତ କରିଥିଲେ।ଏହି ଅବସରରେ ଦୌଡ଼, ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ, ମାର୍ବଲ ସ୍ପୁନ୍ ଦୌଡ଼, ସ୍ଲୋ ସାଇକେଲ୍

ରେସ୍ , ରିଲେ ରେସ୍ , କ୍ରିକେଟ, ଫୁଟବଲ, କବାଡି ପରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଏହାରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀମତୀ ଐଶ୍ୱରୀୟା ଭୂୟାଁ ଯୋଗ ଦେଇ ନିଜର ମହତ୍ତ୍ଵ ଅଭିଭାଷଣ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଶେଷରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥଲେ। ଶେଷରେ ଧନ୍ୟବାଦ ଜ୍ଞାପନ ସହିତ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା। କ୍ରୀଡ଼ା ଶିକ୍ଷକ ଶ୍ରୀମତୀ ଇନ୍ଦୁମତୀ ସେଠ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗ ଦ୍ୱାରା ସମଗ୍ର କ୍ରୀଡା ମହୋତ୍ସବ ଆନନ୍ଦ, ଶୃଙ୍ଖଳା ଓ କ୍ରୀଡାମନୋଭାବର ଏକ ସୁନ୍ଦର ଉଦାହରଣ ହୋଇ ରହିଲା।

Leave a Reply

Your email address will not be published. Required fields are marked *