ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ “ବେଟି ବଚାଓ ବେଟି ପଢ଼ାଓ” ଅଧୀନରେ ଆର୍ଥିକ ସାକ୍ଷରତା

ଅଦ୍ୟ ତା ୨୦/୧୨/୨୦୨୫ ରିଖ ଭଦ୍ରକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ “ବେଟି ବଚାଓ ବେଟି ପଢ଼ାଓ” ଅଧୀନରେ ଆର୍ଥିକ ସାକ୍ଷରତା,ଆର୍ଥିକ ଅଧିକାର ଓ ସାମାଜିକ ଏବଂ ରାଜନୈତିକ ଅଧିକାର ବିଷୟରେ ଏକ ଦିବସୀୟ କର୍ମଶାଳା ଭଦ୍ରକ ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକର୍ମଟି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଭଦ୍ରକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ହୋଇଥିଲା। କାର୍ଯ୍ୟଶାଳାର ମୂଳ ଉଦ୍ଦେଶ୍ୟ ଥିଲା ମହିଳା ଓ କିଶୋରୀମାନଙ୍କ ଆର୍ଥିକ ସାଧନା, ସରକାରୀ ଯୋଜନା ,ଆର୍ଥିକ ଅଧିକାର ସହିତ ସେମାନଙ୍କର ସାମାଜିକ ଓ ରାଜନୈତିକ ଅଧିକାର ବିଷୟରେ ସଚେତନ କରି ସଶକ୍ତି କରିବା। କାର୍ୟକର୍ମରେ ବିଭିନ୍ନ ଜିଲ୍ଲା ଅଧିକାରୀ ଯଥା ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ, ଜିଲ୍ଲା ନିଯୁକ୍ତି ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଭଦ୍ରକ ଜିଲ୍ଲାର ସମସ୍ତ ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଥିଲେ ଏବଂ କିଶୋରୀ ବାଳିକାମାନେ, ସୋୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀମାନେ , ଅଙ୍ଗୱାଡ଼ି କର୍ମୀମାନେ ବିଶେଷ ଭାବେ ଅଂଶଗ୍ରହଣ କରିଥିଲେ।

ଏହି କର୍ମଶାଳାରେ ଆର୍ଥିକ ସାକ୍ଷରତା ଓ ସଶକ୍ତିକରଣର ବୁଝାମଣା, ବ୍ୟାଙ୍କିଙ୍ଗର ମୌଳିକ ଧାରଣା, ବଜେଟ୍ ପ୍ରସ୍ତୁତି, ପରିକଳ୍ପନା ଏବଂ ଋଣରୁ ଦୂରେଇ ରହିବା ପାଇଁ ବ୍ୟାଙ୍କ ସମ୍ବଳ ବ୍ୟକ୍ତି ତାଙ୍କର ଅଭିବାଦନ ରଖିଥିଲେ।ସଞ୍ଚୟ, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (PMJDY) ବିଷୟରେ କ୍ଷୁଦ୍ର ସଞ୍ଚୟ ଅଧିକାରୀ ବର୍ଣ୍ଣନା କରି ବୁଝାଇଥିଲେ।ମହିଳା ଓ କନ୍ୟାମାନଙ୍କର ଆର୍ଥିକ ଅଧିକାର, ମହିଳାଙ୍କ ପାଇଁ ସରକାରୀ ଯୋଜନାଗୁଡ଼ିକର ପହଞ୍ଚ ଓ ଯୋଗ୍ୟତା, ସାମାଜିକ ଓ ରାଜନୈତିକ ଅଧିକାର — ଅଂଶଗ୍ରହଣ ଓ ନେତୃତ୍ୱ ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରତିନିଧି ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ପ୍ରୋଗ୍ରାମ ଅଫିସର ତଥା ପ୍ରୋଟେକ୍ସନ ଅଫିସର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *