ପଦ୍ମ ଧରିଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ହାଟଡିହି,୧୯/୧୨ କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଗେଡମା ପଞ୍ଚାୟତର ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ କୁ ପ୍ରତ୍ୟାକ୍ଷାନ କରି ବିଜେପି ରେ ସାମଲି ହୋଇଛନ୍ତି।ଏହି ପରିପେକ୍ଷି ରେ ଆନନ୍ଦପୁର ର୍ନିବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଆଲୋକ ସେଠୀ ଙ୍କ ନେତୃତ୍ବରେ ପଞ୍ଚାୟତର ଠାରୁ ଅନତି ଦୂରରେ ଏକ ସୂସଜ୍ଜିତ ମଞ୍ଚର ଆୟୋଜନ କରାଯାଇ ବନ୍ଦେ ଭାରତ ମାତା ର ଫଟୋ ଚିତ୍ରରେ ପୂଷ୍ପମାଲ୍ୟ ପ୍ରଦାନ କରି ଭାରତ ମାତା କି ଜୟ ବନ୍ଦନା ଗାନ କରାଯାଇଥିଲା,ପରେ ସଭାମଞ୍ଚର ଆୟୋଜିତ ଅତିଥି କେଉଁଝର ଜିଲ୍ଲା ସାଂସଦ ପ୍ରତିନିଧି ଞାନରଞ୍ଜନ ସାମନ୍ତ ସିଂହାର,ସୁଶାନ୍ତ କୁମାର ଜେନା,ମଣ୍ଡଳ ସଭାପତି ଜଗନ୍ନାଥ ବାରିକି,ସରପଞ୍ଚ ସିଲାରାଣୀ କାଣ୍ଡି,ସଡଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ,ସଭ୍ୟ ତାରିଣୀ ସେନାପତି ମଞ୍ଚାସିନ ଅତିଥି ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଗେଡମା ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କାଣ୍ଡୀ ସମେତ ,ମୁନା ମାହାନ୍ତି ପ୍ରଦାନ କରିଥିଲେ। ପଞ୍ଚାୟତର ଗମନା ଗମନ ପାନିୟ ଜଳ ଗରିବ ଲୋକ ଙ୍କ ବିଭିନ୍ନ ସମସ୍ୟା ପ୍ରତି ବିଜେପି ସରକାର ସଦାସର୍ବଦା ଜାଗ୍ରତ ଅଛନ୍ତି ଓ ସ୍ବଳ୍ପ ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ଅତିଥିଗଣ ଅଭିଭାଷଣ ମାଧ୍ୟମରେ ମତବ୍ୟକ୍ତ କରିଥିଲେ। ବର୍ତ୍ତମାନର ବିଜେପି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ମୁଖ୍ୟମନ୍ତୀ ମୋହନ ଚରଣ ମାଝି ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗେଡମା ପଞ୍ଚାୟତର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପି ରେ ସାମିଲି ହେଲେ ବୋଲି ମତବ୍ୟକ୍ତ କରିଛନ୍ତ।

Leave a Reply

Your email address will not be published. Required fields are marked *