ହରିହାଟ ମହୋତ୍ସବ ପାଇଁ କମିଟି ସଦସ୍ୟ ଓ ଗ୍ରାମବାସୀ ଙ୍କ ପ୍ରସ୍ତୁତି ଉତ୍ସବ
ସାର୍ବଜନୀନ ରାଇପୁର ହରିହାଟ ର 13 ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏ ବର୍ଷ ଜଗନ୍ନାଥ ଙ୍କର 32 ବେଶ ସହିତ ପ୍ରଭୁ ଶ୍ରୀରାମ ଏବଂ ପ୍ରଭୁ ଶ୍ରୀ ହନୁମାନ 40 ଫୁଟ ବିଗ୍ରହ ହେବା ସହିତ ପ୍ରଭୁ ହର ପାର୍ବତୀ ଙ୍କର ବିଗ୍ରହ ହେବ ବୋଲି କମିଟି ଏବଂ ସମସ୍ତ ଗ୍ରାମବାସୀ ମିଳିତ ସହଯୋଗ ସହିତ ନିଷ୍ପତି ନିଆଯାଇଥିଲା..ଲଙ୍ଗଳେଶ୍ୱ ହରପର୍ବତୀ ଙ୍କ ପୂଜକ ଙ୍କ ନିର୍ଦେଶ କ୍ରମେ ସାଡେ ଚାରି କୋଟି ଓଡିଆ ଙ୍କ ଆରାଧ୍ୟ ଦେବତା ଜଗତର ନାଥ ପ୍ରଭୁ ଶୀ ଜଗନ୍ନାଥ ଙ୍କ ନିକଟରୁ ଆଜ୍ଞା ମାଳ ନେଇ ଆଜି ବଉଳି ଅମାବାସ୍ୟା ରେ ସକାଳ 7 ଘଟିକା ସମୟରେ ବାହାଦଳପୁର ହରିହାଟ ପଡିଆ ନିକଟରୁ କମିଟିର ସଦସ୍ୟ ଓ ଗ୍ରାମ ବାସୀ ଶଙ୍ଖ ଝାଲୀ ଖୁଳ କୀର୍ତନ ବାଜିବା ସହିତ ଜୟ ଜଗନ୍ନାଥ ଧ୍ୱନିରେ ଗ୍ରାମ ଭକ୍ତି ମୁଖର ହୋଇ ଉଠିଥିଲା. ଏହି ଜଗନ୍ନାଥ 32 ବେଶ ଓ ହରିହାଟ ମହୋତ୍ସବ ଆସନ୍ତା ଜାନୁଆରୀ 30 ରୁ ଆରମ୍ଭ ହଇ ଫେବୃଆରୀ 6 ତାରିଖ ସମାପନ ହେବ…ବସ୍ତାରୁ ବିଷ୍ଣୁ ପଦ ପତିଙ୍କ ରିପୋର୍ଟ ତୀର୍ଥ କ୍ଷେତ୍ର ଲାଇଭ
