ମହାପ୍ରଭୁ ଜଗନ୍ନାଥ ମହିମାକୁ ନେଇ ଆନ୍ତର୍ଜାତୀୟ ଆଧ୍ୟାତ୍ମିକ ପତ୍ରିକାର ଶୁଭ ଉନ୍ମୋଚନ ହୋଇଛି l
Dt-21,12,25-ମହାପ୍ରଭୁ ଜଗନ୍ନାଥ ମହିମାକୁ ନେଇ ଆନ୍ତର୍ଜାତୀୟ ଆଧ୍ୟାତ୍ମିକ ପତ୍ରିକାର ଶୁଭ ଉନ୍ମୋଚନ ହୋଇଛି l ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖରେ ମହାପ୍ରଭୁ ଜଗନ୍ନାଥଙ୍କ ମହିମାକୁ ନେଇ ଇଂରାଜୀ ଭାଷାରେ ଏକ ଆନ୍ତର୍ଜାତୀୟ ଆଧ୍ୟାତ୍ମିକ ପତ୍ରିକା lord jagannath:The deity of the world! An international devotional magazine ର ଉନ୍ମୋଚନ ହୋଇଯାଇଛି l ଶ୍ରୀଜଗନ୍ନାଥ ମନ୍ଦିର ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରି, ପ୍ରିମିୟର ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟର ଅଦ୍ଦକ୍ଷ ନିତ୍ୟାନନ୍ଦ ସିଂହାରି ପ୍ରମୁଖ ଉପସ୍ଥିତ ରହି ଏହି ପୁସ୍ତକର ଶୁଭ ଉନ୍ମୋଚନ କରିଥିଲେ l ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ୩୩ଜଣ ଲେଖକ ଓ ଲେଖିକା ଏହି ପତ୍ରିକା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ମହିମାକୁ ନେଇ ନିଜ ଅନୁଭୂତି ଉପସ୍ଥାପନ କରିଛନ୍ତି l ସୁଦୂର ଇଟାଲୀ, ଘାନା, ମୋରୋକ୍କ, ନର୍ଥ ଆଫ୍ରିକା, ଫିଲିଫାଇନ୍ସ, ବାଂଲାଦେଶ, ପୋଲାଣ୍ଡ, ନାଇଜେରିଆ, ଶ୍ରୀଲଙ୍କା, ଆମେରିକା, ନେପାଳ ସମେତ ଭାରତର ବିଭିନ୍ନ ପ୍ରାନ୍ତର ପ୍ରଖ୍ୟାତ ଲେଖକ ଏବଂ ଲେଖିକା ମାନେ ଏହି ପତ୍ରିକାରେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ନିଜର ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି l ବିଶ୍ୱଦରବାରରେ କିପରି ଶ୍ରୀଜଗନାଥ ସଂସ୍କୃତି ପ୍ରଚାର ପ୍ରସାର ହୋଇପାରିବ ସେଇ ଆଭିମୁଖ୍ୟ ନେଇ ପୁସ୍ତକଟି ଆରମ୍ଭ କରାଯାଇଛି l ଏହି ପତ୍ରିକାକୁ କବି ମୋନାଲିଶା ପରିଡା ଓ ଡକ୍ଟର ସୁଦୀପ୍ତା ମିଶ୍ର ସମ୍ପାଦନ କରିଛନ୍ତି l ଦୀର୍ଘ ୬ମାସର ପରିଶ୍ରମ ପରେ ମହାପ୍ରଭୁଙ୍କ ଗତ ବାହୁଡା଼ ଯାତ୍ରା ଅବସରରେ ଏହି ପତ୍ରିକାଟି ଆମେରିକାର ନ୍ୟୁୟର୍କରେ world inkers and publisher ଦ୍ୱାରା ପ୍ରକାଶିତ ହୋଇଥିଲା l
