ଭବ୍ୟ ଆୟୋଜନ ସହ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ପୁରୀ ମହୋତ୍ସବ ୨୦୨୫ ଉଦଘାଟିତ
ଭବ୍ୟ ଆୟୋଜନ ସହ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ପୁରୀ ମହୋତ୍ସବ ୨୦୨୫ ଉଦଘାଟିତ ହୋଇଯାଇଛି । ଶ୍ରୀକ୍ଷେତ୍ରର କଳା, ସଂସ୍କୃତି, ଐତିହ୍ୟକୁ ନେଇ ଅନୁଷ୍ଠିତ ହୋଇଛି ପୁରୀ ମହୋତ୍ସଭ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ଉମେଶ ନାଥ ମହାରାଜ, ସୁଭାଶିଷ ଖୁଣ୍ଟିୟା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ,ପୌରସଂସ୍ଥା କାର୍ଯ୍ୟ ନିର୍ବାହ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠି, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ, ଅନୁଷ୍ଠାନର ସଭାପତି ବିନୋଦ ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା, ଗୌରହରୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀକ୍ଷେତ୍ର ମାଟିର କଳା, ସଂସ୍କ୍ରୁତି ଓ ଐତିହ୍ୟ, ପରମ୍ପରାର ନିଖୁଣତା ବର୍ଷ ବର୍ଷ ଧରି ଦେଶ ଓ ବିଦେଶରେ ଆଦୃତ ହୋଇଆସିଛି । Somthing ମଣିଷ ନିଜ ନିଜର ଆତ୍ମସମୀକ୍ଷା କରିବା ସହିତ ଜିଲ୍ଲା ପ୍ରତି ନିଜର ଯୋଗଦାନ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ।

ପୁରୀ ମହୋତ୍ସବ ଏକ ଉତ୍ସବ ନୁହେଁ ବରଂ କଳା, ସଂସ୍କ୍ରୁତି, ଐତିହ୍ୟ ଏବଂ ପରମ୍ପରାର ମହାକୁମ୍ଭ ବୋଲି ଅନୁଷ୍ଠିତ ପୁରୀ ମହୋଉତ୍ସବର ଉଦଘାଟନୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶୀ, ମାହାରି, ଗୋଟିପୁଅ, ସମେତ ଶ୍ରୀକ୍ଷେତ୍ର ର ସାହିଯାତ ଆଦି ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ କ୍ରୀଡ଼ାବିତ ମାନଙ୍କ ଦ୍ୱାରା ଟଗ ଅଫ ୱାର ଖେଳ ଅନୁଷ୍ଠିତ ହୋଇଥିଲା l
