ପୁରୀଜିଲା ସତ୍ୟବାଦୀ ଥାନା ଅଂଚଳରେ 24 ଘଣ୍ଟା ମଧ୍ୟରେ 3 ଟି ସ୍ଥାନରେ ବୋମା ମାଡ଼ ହୋଇଛି |

ପୁରୀଜିଲା ସତ୍ୟବାଦୀ ଥାନା ଅଂଚଳରେ 24 ଘଣ୍ଟା ମଧ୍ୟରେ 3 ଟି ସ୍ଥାନରେ ବୋମା ମାଡ଼ ହୋଇଛି | ଶୁକ୍ରବାର ବିଳମ୍ବିତ ରାତ୍ରରେ ସାକ୍ଷୀଗୋପାଳ ଅଳଗୁମ ରାସ୍ତାର ବନପୁର ନିକଟରେ ଏକ ଵ୍ୟବସାୟିକ ପ୍ରତିଷ୍ଠାନ ସମୁଖରେ ଦୁଇଟି ବୋମା ଓ ସେନାପତି ସାହିର ରାମଚନ୍ଦ୍ର ସେନାପତିଙ୍କ ଘର ଉପରକୁ ଗୋଟିଏ ବୋମା ମାଡ଼ କରି ଦୁର୍ବୁର୍ତ୍ତ ଫେରାର ହୋଇଯାଇଛନ୍ତି | ସେହିପରି ଗତକାଲି ଅପରାହ୍ନରେ ସାକ୍ଷୀଗୋପାଳ ମନ୍ଦିର ଆଡକୁ ଦୁଇଜଣ ଯୁବକ ବାଇକରେ ଦୁଇଟି ବୋମା ନେଇ ଯାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିନେଇଥିବା ବେଳେ ରାତିରେ ସାକ୍ଷୀଗୋପାଳ ଅଣ୍ଡରପାସ ଓଭରବ୍ରିଜ ଉପରୁ ତଳକୁ ଦୁର୍ବୁର୍ତ୍ତ ବୋମାମାଡ଼ କରିଥିବା ବେଳେ ତାହା ରବି ସାମନ୍ତରାୟଙ୍କ କ୍ୟାବିନ ଉପରେ ପଡିଥିଲା |

ଘଟଣାସ୍ଥଳରେ ପୁରୀ ଏସପି ପ୍ରତୀକ ସିଂ,ପିପିଲି SDPO ଓ ସତ୍ୟବାଦୀ ଥାନା ଅଧିକାରୀଙ୍କର ଛାନଭିନ। ବୋମାମାଡର କାରଣ ଅସ୍ପଷ୍ଟ। ସାକ୍ଷୀଗୋପାଳ ଥାନାଠାରୁ ମାତ୍ର ୨ ଶହ ମିଟର ଦୁରରେ ବୋମାମାଡ଼ ହୋଇଥିବା ସୂଚନା। ତେବେ ପୂର୍ବ ଶତ୍ରୁତାରୁ କେନ୍ଦ୍ରକରି ଏହି ବୋମାମାଡ ହୋଇଥିବା ପୋଲିସ ଅନୁମାନ କରୁଥିବା ବେଳେ ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି |

Leave a Reply

Your email address will not be published. Required fields are marked *