ଆଇ.ଟି.ଆଇ ଚରମ୍ପା ଓ ଅବନ୍ତିକା କଲେଜର ବାର୍ଷିକ ଉତ୍ସବ
ଆଇ.ଟି.ଆଇ ଚରମ୍ପା ଓ ଅବନ୍ତିକା କଲେଜର ବାର୍ଷିକ ଉତ୍ସବ
ଭଦ୍ରକ, ତା୨୦/୪( ) ଶିକ୍ଷା ମଣିଷକୁ ଶୃଙ୍ଖଳିତ କରିଥାଏ, ଜୀବ ସ୍ୱାଚ୍ଛନ୍ଦ୍ୟ ଓ ସାବଲୀଳ ଗତିରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥାଏ, ବୁଦ୍ଧିର ବିକାଶକୁ ତୀବ୍ରତର କରିଥାଏ ଏବଂ ସମାଜ ତଥା ଜାତିକୁ ଋଦ୍ଧିମନ୍ତ କରି ଗଢ଼ି ତୋଳିବା ସହ ଦେଶ ଓ ଜାତିକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛି। ବୋଲି ଆଇ.ଟି.ଆଇ ଚରମ୍ପାର ୩୫ ତମ, ଅବନ୍ତିକା ରେସିଡେନ୍ସିଆଲ୍ ହାଇହର ସେକେଣ୍ଡାରୀ ସ୍କୁଲର ୧୫ତମ ଏବଂ ଅବନ୍ତିକା ଡିଗ୍ରୀ କଲେଜର ୮ମ ବାର୍ଷିକ ଉତ୍ସବରେ ବକ୍ତାମାନେ ମତପ୍ରକାଶ କରିଥିଲେ । । କେମିକାଲ୍ର ଅଧ୍ଯକ୍ଷ ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ ଉତ୍ସବକୁ ଉଦ୍ଘାଟନ କରି ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କର ଜ୍ଞାନ ଆହରଣ କରିବାର ପ୍ରକ୍ରିୟା ସମ୍ପର୍କୀତ ବିଭିନ୍ନ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ଆଗେଇଯିବାର ପଥ ପ୍ରଦର୍ଶନ କରିଥିଲେ । ଡେପୁଟି କଲେକ୍ଟର ଶ୍ରୀଯୁକ୍ତ କାର୍ତ୍ତିକ ନାଥ ମଣ୍ଡଳ ମୁଖ୍ୟବକ୍ତା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଂଶୁମାନ ଦ୍ବିବେଦୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନର ମୂଳମନ୍ତ୍ର ପ୍ରଦାନ କରିଥିଲେ । ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ଇଂ ଶ୍ରୀମତୀ ଅବନ୍ତୀ ମଲ୍ଲିକ ପିଲାମାନଙ୍କର ଉଜ୍ଜ୍ଵଳ ଭବିଷ୍ଯତ କାମନା କରିଥିଲେ । ବରିଷ୍ଠ ପ୍ରଶିକ୍ଷକ ଭକ୍ତିପ୍ରିୟ ମିଶ୍ର ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ । ଆଇ.ଟି.ଆଇ. ଚରମ୍ପାର ଅଧ୍ୟକ୍ଷ ପ୍ରବୀଣ କୁମାର ପୃଷ୍ଟି ସ୍ଵାଗତ ଭାଷଣ ଓ ଅତିଥ୍ ପରିଚୟ ପ୍ରଦାନ, ଅବନ୍ତିକା କଲେଜର ଅଧ୍ଯକ୍ଷା ଶ୍ରୀମତୀ ଅରୁନ୍ଧତୀ ମହାନ୍ତି ବିବରଣୀ ପାଠ କରିଥିଲେ । ଧନ୍ୟବାଦ କରିଥିଲେ ମିହିର କୁମାର ନାୟକ। ଅନୁଷ୍ଠାନର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଓ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୀତ ଓ ନୃତ୍ୟ ପରିବେଷଣ କରାଯିବା ସହ ସନ୍ଧ୍ୟାରେ ରଙ୍ଗାରଙ୍ଗ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ସମୂହର ଚେୟାରମ୍ୟାନ୍ ଇଂ ଅମିତ୍ କୁମାର ମଲ୍ଲିକ ଓ ନିର୍ଦ୍ଦେଶିକା ଇଂ ସଙ୍ଗୀତା ଦାସଙ୍କ ପ୍ରତ୍ୟକ୍ଷ ପରିଚାଳନା ଓ ଅନୁଷ୍ଠାନର କର୍ମଚାରୀମାନଙ୍କ ଅକୁଣ୍ଠ ସହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳ ଭାବେ ରୂପାୟିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ ଅଭିଭାବକ, , ବୁଦ୍ଧିଜୀବୀ ଓ ସାମ୍ବାଦିକ ବନ୍ଧୁମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।
