ଶିଶୁ ମାନଙ୍କର ଲୁକ୍କାୟିତ ଗୁଣାବଳୀ ପରିପ୍ରକାଶ ହିଁ ଶିଶୁଉତ୍ସବ ଓଷ୍ଟାର ଜିଲ୍ଲାସ୍ତରୀୟ ଶିଶୁ ମେଳା ଉଦଘାଟିତ।

ବ୍ରହ୍ମଗିରି(୨୦/୧୨) – ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ (ଓଷ୍ଟା) ପୁରୀ ଜିଲ୍ଲା ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଶନିବାର ଉଦଘାଟିତ ହୋଇଯାଇଛି। ବ୍ରହ୍ମଗିରି ବ୍ଲକ୍ ସ୍ଥିତ ବିଶ୍ଵଭାରତୀ ବିଦ୍ୟାପୀଠ , ଗୋପିନାଥ ପାଟଣା, ବରପଦା, ବ୍ରହ୍ମଗିରି ପରିସର ମଧ୍ୟରେ ଆୟୋଜିତ ଏହି ଉତ୍ସବ କୁ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ପୂର୍ବତନ କ୍ରୀଡା ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ । ଓଷ୍ଟା ର ଜିଲ୍ଲା ସଭାପତି ବିଜୟ କୁମାର ବରାଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ,ମୁଖ୍ୟ ବକ୍ତା ଭାବରେ ଓଷ୍ଟା ର ରାଜ୍ୟ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଯୋଗେନ୍ଦ୍ର ନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ନଟବର ମନ୍ତ୍ରୀ, ପ୍ରମୁଖ ଉଦବୋଧନ ଦେଇ ଆଜିର ଶିଶୁ କାଲିର ନାଗରିକ, ଶିଶୁ ମାନଙ୍କର ଲୁକ୍କାୟିତ ଗୁଣାବଳୀକୁ ପରିପ୍ରକାଶ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଓଷ୍ଟା ର ପ୍ରୟାସକୁ ଭୁୟଂଶୀ ପ୍ରଶଂସା କରିଥିଲେ । ପୁରୀ ଜିଲ୍ଲା ଓଷ୍ଟା ର ସମ୍ପାଦକ ବିଭୁଦତ୍ତ ନାୟକ ସ୍ବାଗତ ଭାଷଣ, ଅତିଥି ପରିଚୟ ଓ ସମ୍ପାଦକ ବିବରଣୀ ପଠନ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଆୟୋଜିତ ୨ ଦିନିଆ ଶିଶୁ ଉତ୍ସବ ତା-୨୧/୧୨/୨୦୨୫ ରବିବାର ଉଦଯାପିତ ହୋଇଯାଇଅଛି । ଏହି ଉତ୍ସବରେ ବ୍ରହ୍ମଗିରି ବ୍ଲକ୍ ର ଉପାଧ୍ୟକ୍ଷା ଶ୍ରୀମତୀ ମାଳିନୀ ଦଳାଇ,ଶ୍ରୀଯୁକ୍ତ ରାଜେଶ ନାୟକ, ଶ୍ରୀଯୁକ୍ତ ପ୍ରତାପ ମଲ୍ଲିକ ଯୋଗଦେଇ ଓଷ୍ଟା ର ଏହି ୪୨ ତମ ଶିଶୁ ଉତ୍ସବ କୁ ଭୁୟଂଶୀ ପ୍ରଶଂସା କରିଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷକ ବିଜୟ କୁମାର ଜେନା , ଗୋଲକ ପ୍ରସାଦ ପରିଡା, ମହେନ୍ଦ୍ର କୁମାର ପାଢ଼ୀ ଓ ଭିକାରୀ ଚରଣ ଜେନା ଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ରୂପଶ୍ରୀ ଛୋଟରାୟ, ଜଗନ୍ନାଥ ବାରିକ, ଦିଲ୍ଲୀପ କୁମାର ବଳିଆରସିଂହ, ପ୍ରକାଶ ଜେନା, ସସ୍ମିତା ରାଉତରାୟ, ତରୁଣ କୁମାର ନାୟକ, ଗୋପାଳକୃଷ୍ଣ ବାରିକ, ଦମିନୀକାନ୍ତ ନାୟକ, ରାମକୃଷ୍ଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *