ଅଦିନିଆ ରଥଯାତ୍ରା ହେଉଛି ୧ନମ୍ବର ଅପପ୍ରଚାର-ଗଜପତି ମହାରାଜ

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବଡ ପ୍ରତିକ୍ରିୟା। ବର୍ତ୍ତମାନ ସମୟରେ ଅଦିନିଆ ରଥଯାତ୍ରା ହେଉଛି ନମ୍ବର 1 ଅପପ୍ରଚାର। ଅଦିନିଆ ରଥଯାତ୍ରା ଏକ ଭୟଙ୍କର ବ୍ୟତିକ୍ରମ। ଏବେ ଆଚାର୍ଯ୍ୟ ଓ ଭକ୍ତମାନଙ୍କ ମତ ଦେବାର ସମୟ ଆସିଛି। ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ ତେବେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିଚାଲିଥିବେ ।ଇସ୍କନ ଠାରୁ ସମସ୍ତେ ଦେଖି ଅଦିନିଆ ରଥଯାତ୍ରା କରୁଛନ୍ତି। ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଲେ ଗଜପତି ମହାରାଜା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଲୋଚନା ଉଦ୍ୟମ ଇସ୍କନ ସହ ବିଫଳ ହୋଇଛି। । ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହି ନାହାନ୍ତି,,, ଆମର ଓଡିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଡୋନେସନ୍ ଦେଉଛନ୍ତି। ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ। ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ। ଅଦିନିଆ ରଥଯାତ୍ରା,, ଜଗନ୍ନାଥ ଧାମ୍ କୁ ନେଇ ହେଉଛି ବ୍ୟତିକ୍ରମ। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ବାର୍ଷିକ ଉତ୍ସଵରେ ଗଜପତି ମହାରାଜା ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *