ଶିଶୁ ଉତ୍ସବ ‘ଅଙ୍କୁରାୟନ’ଛାତ୍ର ଛାତ୍ରୀ ମାନଙ୍କ ଲୁକ୍କାୟିତ ଗୁଣର ଅଙ୍କୁରୋଗ୍ଦମ କରାଏ

ଓଡ଼ଗାଁ- ତା୨୨/୧୨/୨୫ ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦଯାପିତ ହୋଇ ଯାଇଛି। ଉଦଯାପନୀ ଉତ୍ସବରେ କ୍ଳବର ସଭାପତି ବିଭୂ ପ୍ରସାଦ ମିଶ୍ର ସଭାପତିତ୍ଵ କରିଥିବା ବେଳେ, ମୁଖ୍ୟ ଅତିଥିଭାବେ ସୁନାମଧନ୍ୟା କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା, ମୁଖ୍ୟବକ୍ତା ଭାବେ ଇଞ୍ଜିନିୟର ଶରତ କୁମାର ଘଡ଼େଇ ଯୋଗ ଦେଇଥିଲେ। ତିନିଦିନ ବ୍ୟାପୀ ଆୟୋଜିତ ଏହି ଉତ୍ସବ ପୁରସ୍କାର ପ୍ରଦାନ ସହିତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା। ବାଳକ ଓ ବାଳିକା ଶ୍ରେଣୀରେ ବରିଷ୍ଠ, କନିଷ୍ଠ ବର୍ଗରେ ୧୦୦ ମିଟର ଦୌଡ଼, ଲମ୍ବଡ଼ିଆଁ, ସୃଜନିକା, ଝୋଟିଚିତା, ଦଉଡ଼ିଡ଼ିଆଁ, ସଂଗୀତ, ମୁରୁଜ, ପୁଚି, ଜ୍ଞାନ ସିନ୍ଧୁକ, ଜ୍ଞାନ କୁମ୍ପି, ଇନ୍ଦ୍ରଧନୁ, ମେହେନ୍ଦି, ଆବୃତ୍ତି, ବକ୍ତୃତା, ବିଭିନ୍ନିକା ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗୀତାରେ ରଂଜନ ଦୋରା, ଶ୍ୟାମସୁନ୍ଦର ଦୋରା, ଦିନବନ୍ଧୁ ମହାପାତ୍ର ଓ ଡ. ସୁରେଶ ଚନ୍ଦ୍ର ବରାଡ଼ ପ୍ରମୁଖ ବିଚାରକ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ତିନି ଦିନ ଧରି ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ଦାଶ ଅତିଥି ରୂପେ ଯୋଗ ଦେଇଥିଲେ। ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ସ୍ତରୀୟ ଓ ଓଡ଼ଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ କଲେଜରୁ ବହୁ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ କାର୍ଯ୍ୟକ୍ରମକୁ ଶିବ ଶଙ୍କର ମହାରଣା, ଉପଦେଷ୍ଟା ସୈାଦାଗର ନାୟକ, କୋଷାଧକ୍ଷ କୈଳାସ ମହାରଣା, ବୈକୁଣ୍ଠ ନାଥ ପ୍ରଧାନ ,ମଙ୍ଗଳା ନାୟକ, ଟୁଲୁ ମହାନ୍ତି, ଶରତ ଚନ୍ଦ୍ର ବରାଡ଼, ବାବୁ ସାହୁ, ହିମାଂଶୁ ମହାନ୍ତି, ସିଲୁ ମହାନ୍ତି, ବାବୁଲା ସ୍ବାଇଁ, ଅଖିଳ ସାହୁ, ଶିବରାମ ବେହେରା, ରାଜକିଶୋର ପ୍ରଧାନ, ସଭ୍ୟା ରୀନା ବରାଡ, ରାଣୀଆ ବରାଡ, ରେଣୁବାଳା ପ୍ରଧାନ, ମଧୁସ୍ମିତା ନାୟକ, ଗୀତା ପ୍ରଧାନ, ବବି ଜେନା, ରମା ନାୟକ, ପ୍ରଭାତୀ ପ୍ରଧାନ, ପ୍ରତିମା ପ୍ରଧାନ, ବିଳାସିନୀ ଜେନା, ବୀଣାପାଣି ପଟ୍ଟନାୟକ, କମଳିନୀ ସ୍ବାଇଁ, ଝୁନା ରାଣୀ ସାହୁ, ଗୀତାଞ୍ଜଳୀ ସାହୁ, ପ୍ରଭାତୀ ସାହୁ, ଅଲ୍ଲୀ ବାରିକ, ଛାୟା ସ୍ବାଇଁ, ପ୍ରମିଳା ସ୍ବାଇଁ, ଯାଜ୍ଞେଶ୍ଵରୀ ସ୍ବାଇଁ, ଜହ୍ନ ସ୍ବାଇଁ, ଉମା ପ୍ରଧାନ, ମମତା ମହାନ୍ତି, କୁନି ମହାନ୍ତି, ମିନତି ବରାଡ, ଅଶାନ୍ତି ବାରିକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ନୀଳମାଧବ ମିଶ୍ର ଓ ସ୍ନେହାଶିଷା ମହାପାତ୍ର ଉଦ୍ଘୋଷକ କାର୍ଯ୍ୟ ତୁଲାଇଥିଲେ। ଗ୍ରୀନକ୍ଳବର ସଂପାଦକ କୁମାର ବରାଡ଼ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *