ଆନନ୍ଦପୁର ମହାବିଦ୍ୟାଳୟ ରେ ଜାତୀୟ ଗଣିତ ଦିବସ

ଆନନ୍ଦପୁର ମହାବିଦ୍ୟାଳୟ ରେ ଜାତୀୟ ଗଣିତ ଦିବସଆନନ୍ଦପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ସେମିନାର ରୁମ୍ ରେ ଜାତୀୟ ଗଣିତ ଦିବସ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀନିବାସ ରାମାନୁଜ ନ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେସମ୍ମାନିତ ଅତିଥି ଭାବେ ଡକ୍ଟର ନିମାଇଁ ଚରଣ ରାଉତ,ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର,ଅଧ୍ୟାପିକା ଭାରତୀ ସାହୁ,ଅନିତା ଦାସ,ବିଶ୍ବରଂଜନ ସାହୁ, ପ୍ରାଧ୍ୟାପକ ଦୁର୍ଗା ଶଙ୍କର ପରିଡ଼ା,ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରାମାନୁଜ ନ ଙ୍କ ଜୀବନୀ ଓ ତାଙ୍କର ଅବଦାନ ସମ୍ବନ୍ଧ ରେ ଆଲୋଚନା କରିଥିଲେ ଓ ତାଙ୍କର ଜନ୍ମ ଦିନକୁ ଜାତୀୟ ଗଣିତ ଦିବସ ପାଳନ କରିବାର ଉଦ୍ଦେଶ୍ୟ ସମ୍ପର୍କ ରେ ମ ତ ରଖିଥିଲେଗଣିତ ବିଭାଗ ର ବିଭାଗୀୟ ମୁଖ୍ୟା ମିତାଶ୍ରୀ ବେହେରା ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ରିମନ୍ ଆଚା ର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେସକାଳ ୧୦ ଘଟିକା ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଣିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲାବିଶ୍ୱଜିତ୍ ରାଉତ,ରୀମନ୍ ଆଚାର୍ଯ୍ୟ, ମିତାଷ୍ରୀ ବେହେରା,ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର ପରୀକ୍ଷା ପରିଚାଳନା କରିଥିଲେଯୁକ୍ତ ତିନ ଛାତ୍ର ସତ୍ୟବ୍ରତ ସାହୁ ପ୍ରିତମ୍ ପ୍ରିୟଦର୍ଶୀ ମହାନ୍ତି ରାମାନୁଜ ନ ଙ୍କ ଜୀବନୀ ଉପରେ ସେମିନାର ଟକ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *