ଭଦ୍ରକ ଆରଡି ଛକ କିଡଜୀ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭଦ୍ରକ ଆରଡି ଛକ କିଡଜୀ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଭଦ୍ରକ ଆରଡି ଛକ ସ୍ଥିତ କିଡଜୀ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ‌ । ମୁଖ୍ୟ ଅତିଥି ଭାବେ ଭଦ୍ରକ ଅତିରିକ୍ତ ଏସପି (ଡିଆଇବି) ଶ୍ରୀ ଅଂଶୁମାନ ତ୍ରିବେଦୀ ଅଂଶ ଗ୍ରହଣ କରିଥିଲେ। ସମ୍ମାନୀୟ ଅତିଥି ଭାରତୀୟ ବାୟୁସେନାର ଅବସର ପ୍ରାପ୍ତ ଯୋଦ୍ଧା ଡ଼ ଅଶୋକ କୁମାର ଲେଙ୍କା। ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ। କେନ୍ଦ୍ର ର ମୁଖ୍ୟ ମମତା ରାୟ ଅଂଶ ଗ୍ରହଣ କରିଥିଲେ, ଫୁଲ ଗୁଛ ଉତ୍ତରୀ ଦେଇ ସ୍ବାଗତ କରାଯାଇଥିଲା ଏବଂ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ସଭା ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଶ୍ରୀ ମତି ମଧୁସ୍ମିତା ଢାଲ, ପିଲା ମାନେ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ ଅତିରିକ୍ତ ଏସପି ଅଂଶୁମାନ ତ୍ରିବେଦୀ, ପିଲା ର ଭବିଷ୍ୟତ କିପରି ଭଲ ଶିକ୍ଷା ଉପରେ ହୋଇ ପାରିବ ତାହା ସମସ୍ତ ମାଁ ବାପା ଚେଷ୍ଟା କରିବା ଉଚିତ ବୋଲି ଡ଼ ଅଶୋକ ଲେଙ୍କା କହିଥିଲେ, ସମସ୍ତ ସଦସ୍ୟ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶେଷରେ ସମସ୍ତ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ଛାତ୍ରଛାତ୍ରୀ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷୟିତ୍ରୀ ଅର୍ଚ୍ଚନା ସେନାପତି,ସାଗରୀକା ପଣ୍ଡା,ମାନସୀ ନାୟକ, ସ୍ନେହାଞଳି ପଟ୍ଟନାୟକ, ସୁଜାତା ରାୟ,ସୁଚିସମିତା ମହାପାତ୍ର,ଅନିମା ପାଟି ସଙ୍ଘ ମିତ୍ରା ରାଉତ ମାନସୀ ରାଉତ ସହଯୋଗ କରିଥିଲେ। ଶେଷରେ ଅଶୋକ ଲେଙ୍କା ଧନ୍ୟବାଦ ପ୍ରଦାନ କରି ସଭା ସମାପନ କରିଥିଲେ।

Leave a Reply

Your email address will not be published. Required fields are marked *