ଉପଖଣ୍ଡ ସ୍ତରୀୟ ଧୂମସା ମହୋତ୍ସବ ଉଦଯାପିତ l
ଉଦଳା ତା ୨୩/୧୨ଗତକାଲି ସଂଧ୍ୟରେ ଉଦଳା ମହୋତ୍ସବ ଉଦଯାପିତ ହୋଇଯାଇଛି lଉତ୍ସବରେ ଶେଷ ସନ୍ଧ୍ୟା ରେ ପ୍ରବଳ ଜନ ସମାଙ୍ଗମ ହୋଇଥିଲା l ବିଶେଷ କରି କଣ୍ଠ ଶିଳ୍ପୀ ବିଷ୍ଣୁ ମୋହନ କବି ଙ୍କ ସଂଗୀତ ର ତାଳେ ତାଳେ ଦର୍ଶକ ମାନେ ଝୁମି ଝୁମି ନାଚି ଶୀତୁଆ ସାନ୍ଧ୍ୟ କୁ ମନ ଭରି ଉପଭୋଗ କରିଥିଲେ l ପରେ ପରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କ ଯାଦୁଗରୀ ନୃତ୍ୟ ସମସ୍ତ ଦର୍ଶକ ଙ୍କ ମନ ମହି ନେଇଥିଲା l ମହୋତ୍ସବ ର ସଭାପତି କପ୍ତିପଦା ଉପ ଖଣ୍ଡ ର ଉପ ଜିଲ୍ଲା ପାଳ ଶ୍ରୀ ଯୁକ୍ତସୁଶାନ୍ତ କୁମାର ବାରିକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଉଦଳା ବିଧାୟକ ଭାସ୍କର ମଢେଇ ସମ୍ମାନିତ ଅତିଥି ଭାବରେ ମୟୁରଭଞ୍ଜ ଜିଲ୍ଲା ପାଳ ହେମ କାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷ୍ୟକ ବରୁଣ ଗୁଣ୍ଡପାଲି, ଅବସର ପ୍ରାପ୍ତ ଜିଲ୍ଲା ପାଳ ତଥା କପ୍ତିପଦା ଉପଖଣ୍ଡ ର ଭୁତ ପୂର୍ବ ଉପ ଜିଲ୍ଲା ପାଳ , ରମେଶ ଚନ୍ଦ୍ର ରାଉତ, ଉଦଳା ଆଇ, ଆଇ , ସି ବନମାଳୀ ବାରିକ, ଉପ ଖଣ୍ଡ ଆରକ୍ଷୀ ଅଧିକାରୀ ହୃଷିକେଶ ନାୟକ , ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ , ପୂର୍ବତନ ଉଦଳା ବିଧାୟକ ଶ୍ରୀନାଥ ସୋରେନ, ଉଦଳା ନଗରପାଳ ପ୍ରମିଳା ପଣ୍ଡା, ଉଦଳା ଉପଖଣ୍ଡ ଚିକିତ୍ସା ଅଧିକ୍ଷକ ଡା. ମୀନକେତନ ମହାନ୍ତି, ପ୍ରଭୃତି ଉଦଳା ମହୋତ୍ସବ ତଥା ମୟୁରଭଞ୍ଜ ର ଲୋକ କଳା, ବିଭୁଦତ ପ୍ରାକୃତିକ ପରିବେଶ, ଭାଇଚାରା ଓ ସାହିତ୍ୟ, ଓ ବିକଶିତ କଳା ସମ୍ପର୍କ ରେ ଆଲୋକପାତକରିଥିଲେ l ଚଳିତ ମହୋତ୍ସବ ରେ ଉଦଳା ଆଇ, ଟି. ଡ଼ି ଏ ଶ୍ରେଷ୍ଠ ପ୍ରତିଶୃତି ଯୋଗୀ ଭାବରେ ଟ୍ରଫି ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତା ରେ ଉପଖନ୍ଦ୍ର ସମସ୍ତ ବ୍ଲକ, ମହାବିଦ୍ୟାଳୟ, ବିଦ୍ୟାଳୟ ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ବିଭିର୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଏଥିରେ ଅଂଶ ଗ୍ରହଣ କରିଥିବାରୁସେମାନଂକୁ ମଧ୍ୟ ପୁରସ୍କୃତ କର ଯାଇଥିଲା l ଉପଖଣ୍ଡ ର ସମସ୍ତ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଅଧକ୍ଷ୍ୟା , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଆଇ, ଆଇ ସି ବନମାଳୀ ବାରିକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଙ୍କୁ ପୁରସ୍କୃତ କରାଯାଇଥିଲା l
