ଗଛ କହୁଛି” କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ବିଧାୟକ
“ମୁଁ ଗଛ କହୁଛି” କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ବିଧାୟକ ପ୍ରେସ୍ କ୍ଳବ୍ ଆନନ୍ଦପୁର ଦ୍ଵାରା ଆୟୋଜିତ ଆନନ୍ଦପୁର ବାଣିଜ୍ୟ ମହୋତ୍ସବ ଅବସରରେ ଅମ୍ଳଜାନ ମୁଖା ସହ “ମୁଁ ଗଛ କହୁଛି” କାର୍ଯ୍ୟକ୍ରମ ମାଧ୍ୟମରେ ପହଞ୍ଚି ଥିଲେ ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁ । ତାଙ୍କୁ ମଧ୍ୟ ଆନନ୍ଦପୁରର ମାନ୍ୟବର ବିଧାୟକ ଅଭିମନ୍ୟୁ ସେଠୀ ଏବଂ ଘଷିପୁରାର ମନ୍ୟବର ବିଧାୟକ ବଦ୍ରୀ ନାରାୟଣ ପାତ୍ର ମହୋଦୟ ସ୍ବାଗତ କରିଥିଲେ । ଏଥି ସହ ଆନନ୍ଦପୁର ପ୍ରେସ୍ କ୍ଳବ୍ ର ସଭପତି , ସମ୍ପାଦକ ଏବଂ ସମସ୍ତ ସଦସ୍ୟଙ୍କ ସହ ଆନନ୍ଦପୁର ବିଭିନ୍ନ ବର୍ଗର ବ୍ୟକ୍ତି ଶ୍ରୀ ସାହୁଙ୍କୁ ସ୍ଵାଗତ କରିଥିଲେ । ଲୋକମାନଙ୍କୁ ନିଜର ଜନ୍ମ ଦିନରେ ଅତି କମ୍ ରେ ଗୋଟିଏ ଗଛ ଲଗାଇବା ଏବଂ ଯତ୍ନ ନେବା ଉଦ୍ଦେଶ୍ୟରେ ଶ୍ରୀ ସାହୁ ମଶାଲ ଶୋଭାଯାତ୍ରା ରେ ନିଜକୁ ସାମିଲ କରି ସହର ପରିକ୍ରମା କରି ଲୋକମାନଙ୍କୁ ବୁଝାଇଥିଲେ । ଏଥିପାଇଁ ଶ୍ରୀ ତ୍ରିଲୋଚନ ସାହୁଙ୍କୁ ସବୁ ମହଲରୁ ଶୁଭେଚ୍ଛା ଜଣାଯାଇଛି ।
