ଖୋର୍ଦ୍ଧା ମହୋତ୍ସବ ଅଷ୍ଟମ ସନ୍ଧ୍ୟା ସମାରୋହ l
ଖୋର୍ଦ୍ଧାତା 23.12.2025 ରିଖ:ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ମହୋତ୍ସବର ରଜତ ଜୟନ୍ତୀ ଉଦଯାପନୀ ସମାରୋହ ଅଷ୍ଟମ ସାନ୍ଧ୍ୟ କାର୍ଯ୍ୟ କ୍ରମରେ ଉଦ୍ଘାଟକ ଭାବେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର , ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପୂଜାରୀ ଶ୍ରୀଜଗନ୍ନାଥ ଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦ୍ଘାଟନ କରି ନିଜ ଉଦବୋଧନରେ କହିଲେ ଭାରତ ଓ ଓଡ଼ିଶାର ତଥା ଇଂରେଜ ଶାସନ ବିରୁଦ୍ଧରେ ଲଢିଥିବା ପ୍ରଥମ ଖୋର୍ଦ୍ଧା ମାଟି ରେ ଏପରି ଖୋର୍ଦ୍ଧା ମହୋତ୍ସବ ଉନ୍ନତିର ରାସ୍ତା କୁ ଦିଗ ଦର୍ଶନ ଦେବା ସହ ଆସନ୍ତା ୧୧ ବର୍ଷ ମଧ୍ୟରେ ବିକଶିତ ଓଡ଼ିଶା ୨୦୩୬ ରେ ଶ୍ରେଷ୍ଠାଗ୍ରେ ରହିବ ବୋଲି ପ୍ରକାଶ କରିଥିଲେ l ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ଓଡ଼ିଶା ସରକାର ,ଯୋଗ ଦେଇ ନିଜ ଅଭିଭାଷଣରେ ଖୋର୍ଦ୍ଧା ମାଟିର ଗୌରବ କୁ ଉତ୍ଥାପନ କରି ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଙ୍କ ସହ ପାଇକ ମାନଙ୍କ ତ୍ୟାଗ ଓ ଆଦର୍ଶରେ ସମସ୍ତେ ଉଜ୍ଜୀବିତ ହୁଅନ୍ତୁ ବୋଲି ପ୍ରକାଶ କରିଥିଲେ l ମହୋତ୍ସବ କମିଟି ସଭାପତି ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ଅନ୍ୟ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ସତ୍ୟବାଦୀ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର,ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ୱାଇଁ ନିଜ ନିଜ ବକ୍ତବ୍ୟରେ ମହୋତ୍ସବର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ l କମିଟି ମୁଖ୍ୟ ଉପଦେଷ୍ଟା ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ନିଜ ଅଭିଭାଷଣରେ କହିଲେ ଐତିହାସିକ ଖୋର୍ଦ୍ଧା ମହୋତ୍ସବ ଆଜି ନବଯୌବନ ପ୍ରାପ୍ତି ପାଇଛି l ଏହି ମହୋତ୍ସବ ସମସ୍ତ ଯୁବଶକ୍ତି, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେଲେ ଏ ମହୋତ୍ସବ ଆହୁରି ଆଗକୁ ବର୍ଦ୍ଧିତ ହେବ ବୋଲି ପ୍ରକାଶ କରିଥିଲେ l

ଓଡ଼ିଶାର ମାନଚିତ୍ରରେ ଖୋର୍ଦ୍ଧା ମାଟିର ଗୌରବ ଇତିହାସ ବହନ କହୁଛି କହି ଉଦ୍ଘାଟକ, ଏବଂ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଙ୍କୁ ଓ ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପାଇକର ବୀରତ୍ଵ ଓଡ଼ିଶାର ନାମକୁ ସର୍ବାଗ୍ରେ ଟେକ ରଖିବ ବୋଲି ମଧ୍ୟ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସଂଘ ସଭାପତି ଜିବନଞ୍ଜ୍ୟୋତି ମିଶ୍ର, ସମ୍ପାଦକ କ୍ଷୀରୋଦ ମୋହନ ସ୍ୱାଇଁ, ସମାଜ ସେବୀ ଗୌରୀ ଶଙ୍କର ତ୍ରିପାଠୀ,ଓଲିଉଡ ଗାୟିକା ଦିପ୍ତିରେଖା ପାଣି ମଞ୍ଚାଷିନ ଥିଲେ l ଶେଷରେ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ଆକର୍ଷଣୀୟ ନୃତ୍ୟ ସଙ୍ଗୀତ ପାରମ୍ପାରିକ ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ ସାଇନିଂ ଡାନ୍ସ ଗ୍ରୁପ ଏବଂ ଅନ୍ୟାନ୍ୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ପରିବେଷଣ କରିଥିଲେ l
ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଏବଂ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ, ଖୋର୍ଦ୍ଧା ମାଟିର ପାରମ୍ପାରିକ ପାଇକ ପଗଡ଼ି, ପୁଷ୍ପ ଗୁଚ୍ଛ ଏବଂ ମହୋତ୍ସବ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ସାଧାରଣ ସଭାରେ ଖୋର୍ଦ୍ଧା ଜିଲ୍ଲାର ବହୁ ବିଶିଷ୍ଟ ରାଜନୈତିକ କର୍ମକର୍ତ୍ତା ନିକୁଞ୍ଜ ପଟ୍ଟନାୟକ, ବୁଦ୍ଧିଜୀବୀ, ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ଉପଜିଲ୍ଲାପାଳ , ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ତହସିଲଦାର ବିଭାଷ ପାଣିଗ୍ରାହୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ମହୋତ୍ସବରେ ବହୁ ଜନ ସମାଗମ ହେବାର ପରିଲକ୍ଷିତ ହୋଇଥିଲା l ମଞ୍ଚ ଉପସ୍ଥାପନାରେ ଶ୍ରୀକାନ୍ତ କୁମାର ନାୟକ କାର୍ଯ୍ୟ ସମ୍ପାଦିତ କରିଥିଲେ l

