ବଡ଼ଚଣା ବ୍ଲକ ର ସପ୍ତମ ସାଧାରଣ ଅଧିବେଶନ ଅନୁଷ୍ଠିତ. 

ବଡ଼ଚଣା :ଯାଜପୁର ଜିଲ୍ଲା ସର୍ବ ବୃହତ୍ ବ୍ଲକ ଭାବେ ପରିଚିତ ବଡ଼ଚଣା ବ୍ଲକ୍ ର ସପ୍ତମ ସାଧାରଣ ଅଧିବେଶନ ବଡ଼ଚଣା ବ୍ଲକ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନ ରେ ମାନ୍ୟବର ବିଧାୟକ ବଡ଼ଚଣା ଅମର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସମ୍ମାନିତ ଅତିଥି ଭାବେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି ଓ ଉପାଧକ୍ଷ ବିଭାସ ଚନ୍ଦ୍ର ନନ୍ଦଙ୍କ ସମେତ ପାଞ୍ଚ ଗୋଟି ଜୋନ ର ଜିଲ୍ଲା ପରିଷଦ ସଭ୍ୟ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ଦର୍ପଣ ତହସିଲଦାର ମାନସ ତ୍ରିପାଠୀ ବଡ଼ଚଣା ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ରବିନ୍ଦ୍ର ପ୍ରଧାନ ଏବଂ ବଡ଼ଚଣା ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ,ବଡ଼ଚଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ କର୍ମକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା ହେବା ସହ ବିଧାୟକ ଏହାର ସମାଧାନ ଦିଗରେ ସମସ୍ତ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *