ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ମା
ପୁରୁଷୋତ୍ତମପୁର ୨୪/୧୨()ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ମା ତାରାତାରିଣୀ ଙ୍କ ଠାରେ ସ୍ଥାନୀୟ ତହସିଲଦାର ଙ୍କ ସଂଯୋଜନାରେ ଏକ ବୈଠକ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଆଉ କମ ଦିନ ମଧ୍ୟରେ ନୂଆବର୍ଷ ଆସୁଛି । ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ମା’ଙ୍କ ଦର୍ଶନ ନମନ୍ତେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗି ରହିବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିନେଇ ସ୍ଥାନୀୟ ତହସିଲଦାର ବିନୋଦକୁମାର ବେହେରାଙ୍କ ସଂଯୋଜନାରେ ଛତ୍ରପୁର ଉପଜିଲାପାଳ ଶୁବାଷିଶ ବରାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ତାରାତାରଣୀ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଲ ଦାର ବିନୋଦ କୁମାର ବେହେରା ଦାୟିତ୍ୱ ନେବା ପରେ ଏହା ହେଉଛି ତାଙ୍କର ପ୍ରଥମ ବୈଠକ। ଏଥିରେ ପୁରୁଷୋତ୍ତମପୁର ଏସ୍ଡିପିଓ ସୁଜିତକୁମାର ନାୟକ, ଆଇଆଇସି ରାଜେଶକୁମାର ନାୟକ, ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜି ରଣାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଏବଂ ମନ୍ଦିରର ସେବାୟତମାନେ ଯୋଗ ଦେଇଥିଲେ । ବୈଠକରେ ମନ୍ଦିରର ଉନ୍ନତି ଓ ଭକ୍ତ ମାନେ କିପରି ବିନା ଦ୍ବିଧାରେ ମାଆଙ୍କ ଦର୍ଶନ ଲାଭ କରିପାରିବେ ସେ ଉପରେ ଆଲୋକପାତ କରାଯାଇଥିଲା ଏହା ସହ ଛାତ୍ର ଛାତ୍ରୀ ମାନେ ବସ୍ ରେ ଗଲେ ସେମାନଙ୍କ ପାଈଂଟିକଟ ରେ ରିହାତି ବ୍ୟବସ୍ତା କରିବା ପାଈଂ ପ୍ରଶାସନ ଚିନ୍ତା କରୁଛନ୍ତି l ଏହା ବ୍ୟତୀତ ମଦ୍ୟପଙ୍କ ଯୋଗୁ ବହୁସମୟରେ ଅପ୍ରିିତିକର ଘଟଣାମାନ ଘଟୁଛି ତାହାକୁ ନଜରରେ ରଖି ମଦୁଆଙ୍କୁ ସାଵାଡ କରିବା ପାଈଁ ପୋଲିସ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି ଜେପରିକି ମଦୁଆ ମାନେ ଆଉ ଭୁଲ କରିବାକୁ ସାହସ କରିବେନି l ଭକ୍ତ ହୁଅନ୍ତୁ କି ସେବାୟତ, ଯିଏବି ମଧ୍ୟ୍ୟ ପାନ କରୁଥିବା ତାହାକୁ ମନ୍ଦିର କୁ ଯିବା ମନା l ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଦୀପ ଲଗାଇବାକୁ ବାରଣ କରାଯାଇଛି। ସେବାୟତ ମାନେ ଭକ୍ତଙ୍କୁ ଉତ୍ତମ ବ୍ୟବହାର କରିବା ସହ ଭକ୍ତମାନଙ୍କଠାରୁ ଦର୍ଶନ ଓ ନଡିଆ ଭାଙ୍ଗିବାରେ ଦକ୍ଷିଣା ଜବରଦସ୍ତ ମାଗିବାକୁ ବାରଣ କରାଯାଇଛ। ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସର ମଧ୍ୟକୁ ମୋବାଇଲ ନେବା ଓ ଫଟୋ ଉଠାଇବାକୁ ମଧ୍ୟ ବାରଣ କରାଯାଇଛି। ଏହାକୁ ଉଲଙ୍ଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏତଦ ବ୍ୟତୀତ ମନ୍ଦିର ଗର୍ଭଗୃହରେ କୌଣସି ବ୍ୟକ୍ତି ପ୍ରବେଶ କରିପାରିବ ନାହିଂ ତା ଉପରେ ବି ରୋକ ଲଗାଯାଇଛି। ମନ୍ଦିରର ତଳ ଭାଗରେ ଏକ ସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରିବା ଭଳି ଅନେକ ପଦକ୍ଷେପମାନ ପ୍ରଶାସନ ପକ୍ଷରୁ ନିଆଯାଇଛି।ଏହା ବ୍ୟତୀତ ନଡ଼ିଆ ଭାଙ୍ଗିବା ପାଈଁ ଅନ୍ୟ ସ୍ଥାନ ବି ନିରୂପଣ କରାଯିବ l ମନ୍ଦିର କୁ ଯାଉଥିବା ୨ଚକିଆ ଜାନ ରହିବା ପାଈଁ ମଧ୍ୟ ଜାଗା ନିରୂପଣ କରାଯିବ l ମନ୍ଦିର ପରିସରକୁ ଗୁଟଖା କିମ୍ବା ଅନ୍ୟ ମାଦକ ଦ୍ରବ୍ୟ ନେବା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏହି ବୈଠକ ରେ ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଶ୍ବରଞ୍ଜନ ମହାପାତ୍ର, ଅଗ୍ନିଶମ ଅଧିକାରୀ ଆଲୋକ କୁମାର ଦଳାଇ, ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ ସୁରେଶ କୁମାର ମିଶ୍ରଙ୍କ ସମେତ ବହୁଅଧିକାରୀ ମାନେ ଯୋଗଦେଇଥିଲେ। ପରିଶେଷରେ ମନ୍ଦିରର ପୁରାତନ କର୍ମଚାରୀ ମାନଙ୍କ ପାଈଂ ନିୟମିତ ଦରମା ଲାଗୁ କରିବା ପାଈଂ ପ୍ରଶାସନିକ ଅଧିକାରୀ ମାନେ ଇଛା ବ୍ୟକ୍ତ କରିଛନ୍ତି l
