ଭାରତରତ୍ନ ଅଟଳ ବିହାରୀ ବାଜପେଇଙ୍କ ଜୟନ୍ତୀ ପାଳନ

– ଜଗତସିଂହପୁର ଗୋପାଳ ସାଗର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେଇଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି । ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀମାନେ ଯୋଗ ଦେଇ ତାଙ୍କର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାଳନା କରିଥିଲେ । ସେହିପରି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଦଭାବନା ସଭା ଗୃହ
ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଓ ଶୁସାସନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚି ତନୟା ମହାନ୍ତି ପ୍ରମୁଖ ଯୋଗ ଦେଇ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ, ଚିନ୍ତାଶକ୍ତି ଓ ଦେଶ ପାଇଁ ଉତ୍ସର୍ଗୀକୃତ ମନୋଭାବ ବାବଦରେ ଆଲୋକପାତ କରିଥିଲେ । ଭାରତ ବର୍ଷକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ସହିତ ଏକ ସମୃଦ୍ଧଶାଳୀ ଦେଶ ଭାବରେ ସାରା ବିଶ୍ୱରେ ପରିଚିତ କରାଇବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବିଧାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *