ପେଣ୍ଠକଟା ତେଲୁଗୁ ମଶ୍ଚଯିବି ମହିଳାଙ୍କୁ ଶୁଖୁଆ ମେସିନ ଓ ବରଫ ପେଟି ବଣ୍ଟନ

ପେଣ୍ଠକଟା ତେଲୁଗୁ ମଶ୍ଚଯିବି ମହିଳାଙ୍କୁ ଶୁଖୁଆ ମେସିନ ଓ ବରଫ ପେଟି ବଣ୍ଟନ
ଅଦ୍ୟ ତା ୨୪.୧୨.୨୦୨୫ ରିଖ ଦିନ ପୁରୀ ପେଣ୍ଠକଟା ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଗୋପବନ୍ଧୁ ସେବା ପରିଷଦ ଏବଂ ବିନ୍ଦୀ ଇଣ୍ଟରନେସନାଲ ର ମିଳିତ ସହାୟତା ରେ ସ୍ଵୟଂ ସାଗର ମହିଳା ଗ୍ରୁପର ସଦସ୍ୟା ମାନଙ୍କୁ ଶୁଖୁଆ ପ୍ରସ୍ତୁତି ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରିସଦର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁନିଲ କୁମାର ମହାନ୍ତି ଯୋଗ ଦେବା ସହିତ ସମ୍ମାନିତ ଅତିଥିଭାବେ ପୁରୀ ଫିସରୀ ମେରାଇନର ଅତିରିକ୍ତ ମଶ୍ଚ ଅଧିକାରୀ ବି ନିଗମ କୁମାର, ପୁରୀ ମୁନିସିପାଲିଟି ର ଗୋଷ୍ଠୀ ସଙ୍ଗଠିକା ରେସମା ମହାନ୍ତି ଗୋପବନ୍ଧୁ ସେବା ପରିଷଦ ର ନିର୍ଦେଶକ ପ୍ରଦୀପ କୁମାର ମହାରଣା , ବୀନ୍ଦି ଇଣ୍ଟରନେସନାଲ ପ୍ରକଳ୍ପ ଅଧିକାରୀ ଅଭିଷେକ ଶର୍ମା ଯୋଗ ଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁନୀଲ ମହାନ୍ତି ପୁରୀ ପେଣ୍ଠକଟା ଶୁଖୁଆ ବିକ୍ରିକୁ ନୂତନ ରୂପରେଖ ଦେବା ପାଇଁ ମଶ୍ଚ ଯିବି ମହିଳାମାନଙ୍କୁ ଉତ୍ସାହିତ କରିବା ସହ ମହିଳା ମାନେ ଆଗକୁ ବଢିଲେ ଦେଶ ଆଗକୁ ବଢିବ ବୋଲି ବକ୍ତବ୍ୟ ରେ କହିଥିଲେ।

ସମସ୍ତ ମଞ୍ଚାସିନ ଅତିଥି ମାନେ ତାଙ୍କ ମନ୍ତବ୍ୟ ରେ ଏହି କାର୍ଯ୍ୟକ୍ରମ କୁ ସ୍ବାଗତ ଯୋଗ୍ୟ କହିବା ସହିତ ଏହି ସହାୟତା ର ସଠିକ୍ ଉପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ। ସମାରୋହ ର ମୂଳ ଉଦ୍ଦେଶ୍ୟ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରି ମାଛ ରୁ ଶୁଖୁଆ କରିବା ପାଇଁ ଗୋପବନ୍ଧୁ ସେବା ପରିସଦର ନିର୍ଦେଶକ ପ୍ରଦୀପ ମହାରଣା କହିଥିଲେ । ତେଲୁଗୁ ମହିଳାମାନେ ମାଛ ସୁଖେଇବା ମେସିନ ସହିତ ମାଛ କୁ ବହୁତ ସମୟ ଧରି ସଂରକ୍ଷଣ କରି ରଖିବା ନିମନ୍ତେ ବରଫ ପେଟି ଓ ଶୁଖୁଆ ପ୍ରସ୍ତୁତି ନିମନ୍ତେ ଲୁଣ ଓ ମାଛର ମିଶ୍ରଣ ପାଇଁ ପ୍ଲାଷ୍ଟିକ ଡ୍ରମ ପ୍ରଦାନ କରାଯାଉଛି ବୋଲି ବିନ୍ଦି ସଂସ୍ଥା ତରଫରୁ କୁହାଯାଇଛି। ଏହା ଜଦି ଫଳପ୍ରଦ ହୁଏ ତାହେଲେ ଆହୁରି 300 ମହିଳାଙ୍କୁ ଏହି କର୍ଯ୍ୟକ୍ରମ ରେ ଯୋଡ଼ାଯିବ ବୋଲି କହିଛନ୍ତି।
ଶେଷରେ ବିସ୍ମୟ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସମାରୋହ ସମାପ୍ତ କରିବା ସହ ଗୋପବନ୍ଧୁ ସେବା ପରିଷଦ ର କର୍ମୀ କୃପା ରାଓ,ନିବେଦିତା ସ୍ୱାଇଁ,ସବିତା ରଥ, ମଣୀ,ଭାରତୀ ,ଭେନୁ,ସୁହାସିନି ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *