ଭଦ୍ରକ ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ

ଭଦ୍ରକ, ତାରିଖ: ୨୫/୧୨/୨୦୨୫……ଆଜି ଭଦ୍ରକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ‍୍ୟରେ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ “ସୁଶାସନ ଦିବସ” ଭଦ୍ରକ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ନିଜ ଉଦବୋଧନରେ କହିଥିଲେ ଯେ, ବାଜପେୟୀଙ୍କ ଜୀବନ ଆଦର୍ଶରୁ ପ୍ରେରଣା ନେଇ ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ପୂର୍ବପ୍ରସ୍ତୁତ (proactive) ଭାବରେ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବା ଆବଶ୍ୟକ। “Less Government, More Governance” ନୀତି ଉପରେ ଜୋର ଦେଇ ସେ କହିଥିଲେ ଯେ, ସୁଶାସନକୁ ସାର୍ଥକ କରିବା ପାଇଁ ଲୋକମାନଙ୍କୁ ସରକାରୀ ନିୟମାବଳୀକୁ ବୁଝି ସେହି ଅନୁଯାୟୀ କାମ କରିଲେ ସୁଶାସନ ର ଯେଉଁ ଲକ୍ଷ୍ୟ ତାହା ପୂରଣ ହୋଇପାରିବ ।ସୁଶାସନ ଦିବସରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ ଦତ୍ତ ଦେଶବାସୀମାନଙ୍କୁ ବାଜପେୟୀଙ୍କ ଦିଗଦର୍ଶନ ଓ ଆଦର୍ଶରୁ ପ୍ରେରିତ ହୋଇ ସରଳ ଜୀବନ ଶୈଳୀ ଅ।ପଣାଇବାକୁ ଆହ୍ୱାନ କରିଥିଲେ।ସୁଶାସନ ଦିବସ ପାଳନ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ତ୍ୟାଗଭୂମିର ସଭାପତି ଶ୍ରୀ ଅଜୟ ନାୟକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମର ଅବଦାନକୁ ସ୍ମରଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ କବି ଓ କବୟିତ୍ରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କବିତା ପାଠ କରି ସଭାକୁ ଭାବଗମ୍ଭୀର କରିଥିଲେ।

ଜିଲ୍ଲାସ୍ତରୀୟ ସୁଶାସନ ଦିବସ ଅବସରରେ ଆୟୋଜିତ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ସାଇକେଲ୍ ପ୍ରଦାନ କରାଯାଇଥିଲା।ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିବା ଡେପୁଟୀ କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାର୍ତ୍ତିକ ନାଥ ମଣ୍ଡଲ ମଞ୍ଚ ପରିଚାଳନା କରିଥିଲେ।ସୁଶାସନ ଦିବସର ମର୍ମକୁ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚାଇବାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ବିଶେଷ ଅବଦାନ ଥିବାରୁ, ସେମାନଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ଏଇ ସଭା ରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର,କର୍ମଚାରୀ ଲିସା ରାଣୀ ରାଉତ୍, ମୀନାକ୍ଷୀ ଗର।ବରୁ, ପ୍ରଫୁଲ୍ଲ ଦାସ, ରାଇଚରଣ ମଲ୍ଲିକ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *