ରାଜ୍ୟର ଶ୍ରେଷ୍ଠ ୧୦ମ ସ୍ଥାନରେ ଧରାକୋଟ ଥାନା.
ଧରାକୋଟ,2/1/26ଓଡିଶା ସରକାଙ୍କ ଗୃହ ବିଭାଗ ର କ୍ରାଇମ୍ ଆଣ୍ଡ୍ କ୍ରିମିନାଲ୍ ଟ୍ରାକିଂ ନେଟୱାର୍କ ଆଣ୍ଡ୍ ସିଷ୍ଟମ୍ସ ଅନୁଯାୟୀ ସର୍ଭେ ଅନୁସାରେ ରାଜ୍ୟର ୬୪୩ ଥାନା ମଧ୍ୟରୁ ଧରାକୋଟ ଥାନା ଦଶମ ସ୍ଥାନରେ ରହିଛି l ଧରାକୋଟ ଥାନା ଅପରାଧ, ଅପରାଧୀ ଏବଂ ନିଖୋଜ ବ୍ୟକ୍ତିଙ୍କ ପ୍ରକୃତ-ସମୟ ରେ ଟ୍ରାକିଙ୍ଗ କରିବା , ଅନଲାଇନ୍ ଅଭିଯୋଗ ପଞ୍ଜିକରଣ ଏବଂ ଟ୍ରାକିଂକୁ ସକ୍ଷମ କରିବା, ଆନ୍ତଃ-କାର୍ଯ୍ୟକ୍ଷମ ଅପରାଧିକ ନ୍ୟାୟ ବ୍ୟବସ୍ଥା ମାଧ୍ୟମ ରେ ଇ-କୋର୍ଟ, ଇ-କାରାଗାର ସହିତ ସମନ୍ୱିତ କରିବା,ଡାଟା ବିଶ୍ଳେଷଣ, ରିପୋର୍ଟିଂ ଏବଂ ଏକ ବ୍ୟାପକ ଅପରାଧିକ ରେକର୍ଡ ପ୍ରଣାଳୀ ସୃଷ୍ଟି କରି ସୂଚନା ଓ ପ୍ରଜିକ୍ତି ଭିତ୍ତିଭୂମିର ବ୍ୟବହାର କରିବାରେ ସଫଳତା ଲାଭ କରିଛି l ଧରାକୋଟ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ ଗତ ୧୫/୦୭/୨୪ ରେ ଏଠାରେ ଥାନା ଅଧିକାରି ଭାବେ ଯୋଗ ଦେବା ଠାରୁ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ, ଅଭିଯୋଗର ସଠିକ ନ୍ୟାୟ,ସଫଳ ଟିମ ୱାର୍କ, ଅଧିନସ୍ଥ କର୍ମଚାରୀଙ୍କ ସହିତ ଉତ୍ତମ ସମନ୍ୱୟ ସ୍ଥାପନ,ଅପରାଧ ଦମନ, ଆଇ ଆଇ ସି ଙ୍କ କାର୍ଯ୍ଯ ଦକ୍ଷତା, ଭିତ୍ତିଭୂମି ର ସୁଦୃଢ଼ୀକରଣ, ମହିଳା ଓ ଶିଶୁ ମାନଙ୍କ ପ୍ରତି ନ୍ୟାୟିକ ଭରଷା ଓ ଉତ୍ତମ ଆଚରଣ ସାଙ୍ଗକୁ ସର୍ବୋପରି ପରିବେଶର ସୁରକ୍ଷା ଓ ସ୍ବଚ୍ଛତା ବଜାୟ ରଖିବା ଯୋଗୁଁ ଧରାକୋଟ ଥାନା ସମଗ୍ର ରାଜ୍ୟରେ ଦଶମ ସ୍ଥାନ ଭିତରେ ରହି ପ୍ରଶଂସା ସାଉଁଟି ଛି । ଯାହାକି ଖାଲି ଧରାକୋଟ ନୁହେଁ ଗଂଜାମ ଜିଲ୍ଲାର ଗୌରବ ବଢ଼ାଇଛି । ଏଣୁ ଏଠାରେ କାର୍ଯ୍ୟରତ ଥିବା ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁଙ୍କୁ ଆସିକା ସାମ୍ବାଦିକ ସଙ୍ଘ ର ସାମ୍ବାଦିକ ହରିହର ପାଢ଼ୀ, ଧରାକୋଟ ପ୍ରେସ କ୍ଳବ ର ଉପଦେଷ୍ଟା ହୃଦାନନ୍ଦ ଜେନା, ସାମ୍ବାଦିକ କାଳୁ ଚରଣ ମହାପାତ୍ର , ଅଶେଷ ପାତ୍ର ଙ୍କ ସମେତ ଧରାକୋଟ ଅଞ୍ଚଳ ବାସି ଶୁଭେଚ୍ଛା ଜଣାଇଛନ୍ତି ।
