ଭୋଦେଇ ଖରା

ରଜନୀକାନ୍ତ ରଥ

ଶ୍ରାବଣର ବାରୀ ଧାରା ପରେ
ରାଜୁତି କରଇ ଭୋଦେଇ ଖରା।
ବଇଶାଖ ଝାଞ୍ଜି ଖରା ଠାରୁ ବେଶୀ
ଟାଣ ଲାଗେ ଭୋଦେଇ ଖରା।
ବିଧି ର ବିଧାନ ଅଟଇ ବିଚିତ୍ର
ଋତୁ ଚକ୍ରେ ଘଟଇ ଏମନ୍ତ।
ଶରତେ କାଶତଣ୍ଡି ଫୁଟଇ
ରାତିରେ ଶିଶିର ପଡଇ।
ଶ୍ରାବଣର ପାଣି ପାକା ହାଣି
ଭୋଦୁଅ ପାଣି ରଖ ଟାଣି।
ଭୋଦେଇ ଖରା କରଇ ଟାଣ
ଧାନ କ୍ଷେତ ଦେଖି ଚାଷୀ ଆନନ୍ଦ।
ଭାଦ୍ରବ ର ନିର୍ମଳ ଶୋଭାରେ
ଧରଣୀରଣୀ ଦିଶେ ମନଲୋଭା।

Leave a Reply

Your email address will not be published. Required fields are marked *