ରଘୁନାଥପୁର ରେ ସାମ୍ବାଦିକ ସଂଙ୍ଘର ବନ୍ଧୁମିଳନ ଉତ୍ସବ।
ରଘୁନାଥପୁର ତା ୨/୧:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସାମ୍ବାଦିକ ସଙ୍ଘର ପକ୍ଷରୁ ଇଂରାଜୀ ନବବର୍ଷ ଉପଲକ୍ଷେ ଶୁକ୍ରବାର ସ୍ଥାନୀୟ ଗୁଆଳିପୁର ପଞ୍ଚାୟତ ର ଅରଂଙ୍ଗ ଠାରେ ଏକ ବନ୍ଧୁମିଳ ଉତ୍ସବ ବରିଷ୍ଠ ସାମ୍ବାଦିକ କଲ୍ୟାଣ ସେନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ସାହୁ ଯୋଗଦେଇ ପିତାମାତା ହେଲେ ଜୀବନ୍ତ ଠାକୁର ତାଙ୍କୁପୂଜାକଲେ ଜୀବନଧନ୍ୟ ହେବାସହିତ ସବୁବାଧାବିଘ୍ନ ଦୂରହୋଇଥାଏ।ତୁମେମାନେ ସମସ୍ତେ ପିତାମାତା ଙ୍କୁ ପୂଜାକର ବୋଲି କହିଥିଲେ।ମୁଖ୍ୟବକ୍ତାଭାବେ କ୍ରାନ୍ତି ଧାରା ଖବରକାଗଜ ର ଜଗତସିଂହପୁର ଜିଲ୍ଲା ସାମ୍ବାଦିକ, ବରିଷ୍ଠ ସାମ୍ବାଦିକ ତଥା ସମଜସେବୀ ଚନ୍ଦ୍ରକାନ୍ତ ଦାସ ଯୋଗଦେଇ ସବୁସାମ୍ବାଦିକ ଏକତ୍ରିତ ରହିଲେ ନିଜହକପାଇଁ ଲଢେଇ କରିବାସହ ବାହ୍ୟ ଆକ୍ରମଣ କୁ ପତିହତ କରାଯାଇ ପାରିବ ବୋଲି ମତ ରଖଗଥିଲେ।ସମ୍ମାନିତ ଅତିଥି ଭାବେ ଅଞ୍ଚଳର ଯୁବସମାଜସେବୀ ତଥା ଯୁବଶିଳ୍ପ ଉଦ୍ୟେଗୀ ଭଗବାନ ସ୍ଵାଇଁ ଯୋଗଦେଇ ସାମ୍ବାଦିକ ମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ସେମାନଙ୍କୁ ମାସିକ ପେନସନର ଆବସ୍ୟକତା ରହିଛି।ତୁରନ୍ତ ଏ ସମ୍ପର୍କ ରେ ସେ ମୁଖ୍ୟମନ୍ତ୍ରୀ ଙ୍କ ଦୣଷ୍ଟିଆକର୍ଷଣ କରିବେବୋଲି ବକ୍ତବ୍ୟ ମାଧ୍ୟମରେ କହିଥିଲେ।ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ସାମ୍ବାଦିକ ତଥା ଆଇନଜୀବୀ ଜିତେନ୍ ବେହେରା,ସମାଜସେବୀ ତଥା ସମ୍ବାଦିକ ଜ୍ୟେତିରଂଞନ ପଟ୍ଟନାୟକ,ସାମ୍ବାଦିକ ଅମୂଲ୍ୟଚନ୍ଦ୍ରକାନ୍ତ ମହାପାତ୍ର ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।ଏଥିରେ ଅତିଥି ପରିଚୟ ଓ ସ୍ଵାଗତଭାଷଣ ପ୍ରଦାନ କରିଥିଲେ ଯୁବ ସାମ୍ବାଦିକ ଧନଞ୍ଜୟ ମଲ୍ଲିକ ଓ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ରଂଞନ କୁମାର ଲେଙ୍କା। ଅତିଥି ମାନଙ୍କୁ ଏହି ବନ୍ଧୁମିଳନ ଉତ୍ସବ ଅବସରରେ ସମ୍ବର୍ଦ୍ଧନା କରାଯାଇଥିଲା।
