ଓଡିଶା ରାଷ୍ଟ୍ରବାଦୀ ସଂଙ୍ଘର ବନ୍ଧୁ ମିଳନ ଉତ୍ସବ।

-ରଘୁନାଥପୁର ତା ୩/୧–ରଘୁନାଥପୁର ବ୍ଲକ ନିକଟସ୍ଥ ସ୍ଥାନୀୟ ସିର୍ଲୋ ଗ୍ରାମ ମା ଦକ୍ଷୀଣକାଳୀ ମନ୍ଦିର ନିକଟରେ ଶୁକ୍ରବାର ଅପରାହ୍ନ ରେ ଓଡିଶା ରାଷ୍ଟ୍ରବାଦୀ ସଙ୍ଘ ପକ୍ଷରୁ ଇଂରାଜୀ ନବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ରଂଞନ ଚକ୍ରବର୍ତ୍ତୀ ଙ୍କ ସଭାପତ୍ବରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ରାଷ୍ଟ୍ରୀୟ ସଙ୍ଘର ସଭାପତି ଇଂ.ଗିରିଜାସଂଙ୍କର ପତି ଯୋଗଦେଇ ରାଷ୍ଟ୍ର ହେଉଛି ଆମରପରିଚୟ,ସମସ୍ତେ ରାଷ୍ଟ୍ରୀୟ ଭାବନାକୁ ଜାଗ୍ରତକରି ରାଷ୍ଟ୍ରପାଇଁ ଚିନ୍ତା କରିବା ର ଆବଶ୍ୟକତା ରହିଛି।ରାଷ୍ଟ୍ରର ଉନ୍ନତି ହେଲେ ସମାଜ ର ଉନ୍ନତି ହେବ ବୋଲି ମତରଖିଥିଲେ।ଅନ୍ୟତମ ଅତିଥି ଭାବେ ଓଡିଶା କୀଶାନ ମୋର୍ଚ୍ଚାର ସମ୍ପାଦକ ଦେବୀପ୍ରସାଦ ପତି,ଓଡିଶା କିଶାନ ମୋର୍ଚ୍ଚା ନିଶ୍ଚିତକୋଇଲ ବ୍ଲକର ସଭାପତି ସର୍ବେଶ୍ୱର ନାୟକ,ସମାଜସେବୀ ସୁଧାକର ମାଦେଳି ଯୋଗଦେଇ ରାଷ୍ଟ୍ରୀୟ ଚେତନା ଓ ଶିକ୍ଷାସ୍ବାସ୍ଥ୍ୟ ଉପରେ ଆଲୋକ ପାତ କରିଥିଲେ।ଏଥିରେ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ଯୂବ ସାମ୍ବାଦିକ ପବିତ୍ର ଦାଶ‌‌।ଦେବୀ ପତି,ସଂଞୟ ସାହୁ, ହୣଦାନନ୍ଦ ହୋତା,ଗୁରୁଚରଣ ପରିଡା,ଦୁଲାଲ ଭୋଇ,ତପନ ନାୟକ,ଗୋବର୍ଦ୍ଧନ ଖୁଣ୍ଟିଆ,ହରିଦାସ ବାନାର୍ଜୀ,ସୁଶୀଲ କୁମାର ସାହୁ,ଚନ୍ଦନ ସେନାପତି,କାଶୀନାଥ ସ୍ବାଇଁ,ମନୋଜ ସେଠି,କ୍ଷୀରୋଦ ମହାପାତ୍ର,ସୁବ୍ରତ ମହାନ୍ତି,ବୈଷ୍ଣବ ଗାୟା,ଲୋକନାଥ ଦାଶ,ରବିନ୍ଦ୍ର ନାୟକ,ବୀରବର ଲେଙ୍କା,କୈଳାଶ ପ୍ରଧାନ,ଦିବାକର ସାହୁ,ସତ୍ୟବ୍ରତ ସାହୁ ଙ୍କ ସମେତ ଅନେକ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଏସୟୁଜେ ସାମ୍ବାଦିକ ସଂଙ୍ଘ ରଘୁନାଥପୁର ବ୍ଲକ ସଭାପତି ବରିଷ୍ଟସାମ୍ବାଦିକ କଲ୍ୟାଣ ସେନ ଓ କୋଷାଧ୍ୟକ୍ଷ ସାମ୍ବାଦିକ ରଂଞନ କୁମାର ଲେଙ୍କା,ଯୁବ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ ଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା କରାଯାଇଥିଲା।

Leave a Reply

Your email address will not be published. Required fields are marked *