ପୁରୁଷୋତ୍ତମପୁରରେ ପରିବେଶ ନ୍ୟାୟ ଜନିତ ସଚେତନତା କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର ୩/12( )ସ୍ଥାନୀୟ ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସହରର ମଧ୍ୟ ଭାଗରେ ଅବସ୍ଥିତ ଶାସନ ସିତାରାମପୁର ଆଗ୍ରାହରମ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ପରିବେଶ ନ୍ୟାୟ ଜନିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଆଇନସେବା କମିଟିର ଅଧ୍ୟକ୍ଷ, ସିନିୟର ସିଭିଲ ଜଜ ତଥା ଆସିଷ୍ଟାଣ୍ଟ ସେସନ ଜଜ ଶରତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜେଏମଏଫସି ବିଚାରପତି ଅନନ୍ୟା ଅପର୍ମିତା, ଓକିଲ ସଂଘ ସଭାପତି କୃଷ୍ଣଚନ୍ଦ୍ର ଗୌଡ, ସଂପାଦକ ରବିନ୍ଦ୍ର କୁମାର ସାହୁ, ଶିକ୍ଷକ ସନ୍ତୋଷ କୁମାର ମିଶ୍ର, ଶିକ୍ଷୟତ୍ରୀ ସରିତା ବେହେରା, ଓକିଲ ରବିନ୍ଦ୍ର କୁମାର ବେହେରା, କୃଷ୍ଣଚନ୍ଦ୍ର ସାହୁ, ସିମାଞ୍ଚଳ ମିଶ୍ର ଓ ସଦାଶିବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ବିଚାରପତି ଦ୍ୱୟ ପରିବେଶ ସୁରକ୍ଷାର ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ପରିବେଶକୁ କଳୁଷିତ କରିବା ଆଇନଗତ ଅପରାଧ ବୋଲି ଉଲ୍ଲେଖ କରି ପ୍ରଚୁର ଗଛ ଲଗାଇବା ସହିତ ପରିବେଶ ର ସୁରକ୍ଷା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମଟିକୁ କୋର୍ଟର କର୍ମଚାରୀମାନେ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *