ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୨୦ ତମ ବାର୍ଷିକ ଉତ୍ସବ

ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୨୦ ତମ ବାର୍ଷିକ ଉତ୍ସବ ପୁରୀ ସ୍ବର୍ଗଦ୍ବାର ବେଳାଭୂମି ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି | ପୌଷପୂର୍ଣ୍ଣିମା ଅବସରରେ ମହୋଦଧି ଆଳତୀର ୨୦ତମ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେଉଛି। ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଇ ଥାଏ। ଆଜି ଏହାର ୨୦ ତମ ବାର୍ଷିକ ଉତ୍ସବ ପାଳନ କରାଯାଉଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଅନେକ ପୁରୀ ପୂର୍ବତନ ବିଧାୟକ,, ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,,ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ,,,,ସାଧୁସନ୍ଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେଯୋଗଦାନ କରିଥିଲେ ।

ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ଉପସ୍ଥିତ ରହି ଧାର୍ମିକ ଜ୍ଞାନ ବାର୍ତା ସହ ଦିବ୍ୟ ସନ୍ଦେଶ ଭକ୍ତ ଜନଙ୍କୁ ପ୍ରଦାନ କରିବେ । ବିଶ୍ୱର କଲ୍ୟାଣ ଓ ଶାନ୍ତି ବଜାୟ ରଖିବା ଉଦ୍ୟେଶ୍ୟରେ ଏହି ଆଳତୀ କରାଯାଉଥିବା ବେଳେ ଏହାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ପୁରୀ ସମୁଦ୍ର ଏକ ପବିତ୍ର ସ୍ଥଳ ଏଠାରେ ମଦ ମାଂସ ଖାଇବା ଯୋଗୁ ଏହାର ପବିତ୍ରତା ନଷ୍ଟ ହେଉଛି l ପ୍ରଶାସନ ଅଡିଗାରେ ଧ୍ୟାନ ଦେବା ଆବଶ୍ୟକ l ସେହିପରି ବାଂଲାଦେଶ ରେ ହିନ୍ଦୁ ଙ୍କ ଉପରେ ଆକ୍ରମଣ ଘଟଣା କୁ ନିନ୍ଦା କରିବା ସହ ଆମେ ଯାହା କରିବା କଥା କରିକି ଦେଖାଇବୁ ହିନ୍ଦୁ ଙ୍କୁ ଆକ୍ରମଣ ତାଙ୍କୁ ମାହାଙ୍ଗା ପଡିବ ବୋଲି କହିଥିଲେ ଜଗତ ଗୁରୁ l

Leave a Reply

Your email address will not be published. Required fields are marked *