ବରଗଡ଼ ଧନୁଯାତ୍ରାରେ ଅଭିନୟ କରିଥିବା କଂସ ମହାରାଜ

ବରଗଡ଼ ଧନୁଯାତ୍ରାରେ ଅଭିନୟ କରିଥିବା କଂସ ମହାରାଜ ପୁରୀ ଆସି ମହୋଦଧିରେ ସ୍ନାନ କରିବା ସହ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ଦର୍ଶନ କରି କ୍ଷମା ପାର୍ଥନା କରିବା ସହ ପ୍ରାୟଶ୍ଚିତ କରିଛନ୍ତି।

ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ କଳାକାର ସୁଶୀଲ ମେହେର ଭଗବାନ କୃଷ୍ଣ ଓ ବଳରାମଙ୍କ ପ୍ରତି ବହୁ କଟୁ ବାକ୍ୟ କହିଥିବା ହେତୁ ସେ ଓ ତାଙ୍କ ମନ୍ତ୍ରୀ ପରିଷଦ, ଏଗାର ଦିନର ଯାତ୍ରା ସମ୍ପନ୍ନ ପରେ ପୁରୀ ମହୋଦଧିରେ ବୁଡ଼ ପକାଇ ଅର୍ଘ୍ୟ ପ୍ରଦାନ କରି କ୍ଷମାଭିକ୍ଷା କରିଥିଲେ।ପ୍ରାୟଶ୍ଚିତ ପାଇଁ ଆସିଥିବା କଂସ ଙ୍କୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ କ୍ଷମା ଦେବା ସହ ତାଙ୍କ ଅଭିନୟ ଓ ଭୂମିକା କୁ ପ୍ରଶଂସା କରିବା ସହ ମହାପ୍ରଭୁଙ୍କ ସେ ପରମ ଭକ୍ତ ହୋଇଥିବାରୁ ସେ କରିଥିବା ଭୁଲ କ୍ଷମଣୀୟ ବୋଲି ବିବେଚନା କରିଥିଲେ। ଶେଷରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପାର୍ଥନା କରିଥିଲେ |

Leave a Reply

Your email address will not be published. Required fields are marked *