ବିଜେପି କର୍ମୀ ଓ ଶୁଭେଚ୍ଛୁ ମାନଙ୍କ ବନ୍ଧୁମିଳନ ଉତ୍ସଵ

ଗୋପ – ଗୋପ ବ୍ଲକ ଅନ୍ତର୍ଗତ ସୋରଭା ପଞ୍ଚାୟତ ଦୁର୍ଗାପୁର ବାତ୍ୟା ଆଶ୍ରୟସ୍ଥଳୀରେ ସୋରଭା ପଞ୍ଚାୟତ ଓ ବଉଲାଙ୍ଗ ପଞ୍ଚାୟତର ଭାରତୀୟ ଜନତା ପାର୍ଟିର କର୍ମୀ ମାନଙ୍କୁ ନେଇ ରବିବାର ସନ୍ଧ୍ୟାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ପରିପ୍ରେକ୍ଷୀରେ ବିଜେପି ଯୁବମୋର୍ଚ୍ଚା ବିଶ୍ଵ ରଞ୍ଜନ ଦଳାଇଙ୍କ ଅଧ୍ୟକ୍ଷତାରେ ଏହି ବନ୍ଧୁ ମିଳନ ଉତ୍ସଵ ଅୟୋଜନ କରାଯାଇଥିଲା। ଦୁଇ ପଞ୍ଚାୟତର କର୍ମୀ ମାନଙ୍କୁ କ୍ରିୟାଶୀଳ କରିବା, ଲୋକଙ୍କ ସମସ୍ୟାକୁ କିପରି ଗୁରୁତ୍ବ ଦିଆଯିବ, ପଞ୍ଚାୟତ ସ୍ତରରେ ଉନ୍ନୟନ ମୂଳକ କାର୍ଯ୍ୟ, ପଞ୍ଚାୟତ ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବା ସହ ତୃଣମୂଳ ସ୍ତରରେ ବିଜେପି ସଂଗଠନ ସୁଦୃଢ଼ କରିବା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ହେବା ନେଇ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି କର୍ମକର୍ତା ମାନେ ମତବ୍ୟକ୍ତ କରିଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ଲକ୍ଷ୍ମୀଧର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାଗିରଥୀ ଦଳାଇ, ସୋରଭା ସମିତି ସଭ୍ୟ ପ୍ରଫୁଲ୍ଲ ସ୍ବାଇଁ, ପୂର୍ବତନ ସରପଞ୍ଚ ବାବୁଲାଲ ସ୍ବାଇଁ, ବରିଷ୍ଠ କର୍ମୀ ଶରତ ମହାରଣା, ଲକ୍ଷ୍ମୀଧର ଦଳାଇ , ଜିତେନ୍ଦ୍ର ସାହୁ , ପୂର୍ଣ୍ଣ ଚନ୍ଦ୍ର ସେନ, ପୂର୍ବତନ ସମିତି ସଭ୍ୟ କାଳନ୍ଦୀ ପାତ୍ର, ରଞ୍ଜିତ କାଣ୍ଡି , ୱାର୍ଡ଼ ସଭ୍ୟ ଅକ୍ଷୟ ସ୍ବାଇଁ, ସର୍ବେଶ୍ଵର କାଣ୍ଡି, ଦିଲୀପ ବେହେରା, ଚରଣ ବେହେରା, ରଘୁନାଥ ବିଶ୍ବାଳଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମକର୍ତ୍ତା ଓ ଶୁଭେଚ୍ଛୁ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *