ଗଇଠିପୁର ଗ୍ରାମରେ ଅଷ୍ଟପ୍ରହର ନାମ ସଂକୀର୍ତନ
ଗଇଠିପୁର ଗ୍ରାମରେ ଅଷ୍ଟପ୍ରହର ନାମ ସଂକୀର୍ତନ
ତିର୍ତ୍ତୋଲ :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କାନୀମୂଳ ପଞ୍ଚାୟତ ଗଇଠିପୁର ଗ୍ରାମର ଗ୍ରାମଦେବତୀ ମା ଗର୍ଭୟାଣୀ ପୀଠ ପରିସରରେ ଅହୋ ରାତ୍ର ଅଷ୍ଟପ୍ରହର ନାମ ସଂକୀର୍ତନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ନାମ ସଂକୀର୍ତନ ମହୋତ୍ସବ ରେ ସ୍ଥାନୀୟ ଅଂଚଳରୁ ୪ ଦଳ ନରଡା, କିଳିପାଳ, ବରହମପୁର, ଭଂଶର ଓ ନାରୀଜଙ୍ଗର ସଂକୀର୍ତନ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତନ କରିଥିଲେ l ପ୍ରାତଃ ରୁ କର୍ତ୍ତା ରଂଜିତ ସାହୁ, ଅଧିକାରୀ ଓ ସଂକୀର୍ତନ ମଣ୍ଡଳୀ ଓ ଘଣ୍ଟ ଘଣ୍ଟା ଦ୍ୱାରା କଳସରେ ଜଳ ଆସି ପୀଠରେ ସ୍ଥାପନ କରାଯାଇଥିଲା l ନାମଯଂଜ୍ଞ ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ହିରଣ୍ୟ ଖୁଣ୍ଟିଆ, କୈଳାସ ଚନ୍ଦ୍ର ସାହୁ ବାବାଜୀ ସାହୁ, ବାବାଜୀ ଖୁଣ୍ଟିଆ, ସୁରେନ୍ଦ୍ର ନାଥ ଜେନା ଗଗନ ବିହାରୀ ଖୁଣ୍ଟିଆ, ନରେନ୍ଦ୍ର ସାହୁ ପ୍ରମୁଖ ବୁଝାବୁଝି କରିଥିବାବେଳେ ଗ୍ରାମବାସୀ ପରିଚାଳନା କରିଥିଲେ l ମାନସ ନାୟକ, ଭବାନୀ ଶଙ୍କର ଖୁଣ୍ଟିଆ, ଜଗଦୀଶ ଖୁଣ୍ଟିଆ, ବାଙ୍କ ବିହାରୀ ସାହୁ, ପ୍ରଦୀପ୍ତ ସୁତାର, ସୋମ୍ୟ ରଞ୍ଜନ ସାହୁ, ସ୍ୱାଧୀନ ଖୁଣ୍ଟିଆ, ଉଦୟ ନାଥ ଖୁଣ୍ଟିଆ, ସ୍ମୃତି ରଞ୍ଜନ ସାହୁ, ଅଂଶୁମାନ ସାହୁ, ରାକେଶ ସୁତାର, ପ୍ରସନ ସାହୁଙ୍କ ସମେତ ଯୁବକ ମାନେ ପରିଚାଳନାରେ ସହଯୋଗ କରିଥିଲେ l ସୁବାଷ ଚନ୍ଦ୍ର ସାହୁ, ରତ୍ନାକର ସୁତାର, ଧୂଳ ମଣି ସୁତାର, ଲୋକନାଥ ଖୁଣ୍ଟିଆ, ଅଭିରାମ ଖୁଣ୍ଟିଆ, ପ୍ରଦୀପ୍ତ ସୁତାର, ବିପ୍ଳବ ଖୁଣ୍ଟିଆ, ସ୍ୱାଧୀନ ଖୁଣ୍ଟିଆ ପ୍ରମୁଖ ସଂକୀର୍ତନ ମଣ୍ଡଳୀ ଉପସ୍ଥିତ ରହି ଅହୋ ରାତ୍ର ନାମ ଯଂଜ୍ଞ ରେ ସହଯୋଗ କରିଥିଲେ l ମହାପ୍ରଭୁ ନିତାଇ ଗୌରଙ୍କୁ ନଗର ପରିକ୍ରମା କରାଯାଇଥିଲା l
