ଗୋପାଳଜୀଉ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ଗୋପାଳଜୀଉ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୋଲାର କୁ ହରାଇ ନିମପୁର ଚାମ୍ପିଅନ ଗୋପ :- 04/01- ପୁରୀ ଜିଲ୍ଲାର ଗୋପ ଗଣେଶ୍ବପୁର ହାଇସ୍କୁଲ ଖେଳ ପଡିଆରେ ଗୋପାଳଜୀଉ ସ୍ପୋର୍ଟସ କ୍ଲବ ଅନୁକୁଲ୍ୟ ରେ ଆୟୋଜିତ ରାଜ୍ୟସ୍ତରୀୟ ଗୋପାଳଜୀଉ କ୍ରିକେଟ ଟ୍ରୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ କଟକ ସୋଲାର କ୍ରିକେଟ କ୍ଲବ କୁ 3 ୱିକେଟ ରେ ହରାଇ କଟକ ନିମପୂର୍ କ୍ରିକେଟ କ୍ଲବ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ପ୍ରଥମେ ଟସ୍ ଜିତି ସୋଲାର କ୍ରିକେଟ କ୍ଲବ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା, ତାର ସମସ୍ତ ୱିକେଟ ହରାଇ 199 ରନ ସଂଗ୍ରହ କରିଥିଲା । ଦଳ ପକ୍ଷ ରୁ ଶ୍ରେୟସ ଶ୍ରୀଧର 41 ବଲ ରେ 51 କରିଥିଲେ l ତାର ଜବାବ ରେ 23 ଓଭର 3 ଟା ବଲରେ 8 ୱିକେଟ ହରାଇ 201 କରି ବିଜୟୀ ହୋଇଥିଲା । ନିମପୁର ତରଫରୁ ବିକ୍ରମ ସାମଲ 52 ବଲରେ 97 ରନ କରିଥିଲେ। ଆଜିର ମ୍ୟାଚ୍ କୁ ପରିଚାଳନା କରିଥିଲେ ଅମ୍ପୟାର ଦେବେନ୍ଦ୍ର ନାଥ ମିଶ୍ର ଓ ସତ୍ୟବ୍ରତ ମହାପାତ୍ର। ପୁରୀ ଜିଲ୍ଲାର 11 ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ, ନିରଞ୍ଜନ ମାଣିକ, ନିରଞ୍ଜନ ଦଶ , ପୂର୍ଣ୍ଣ ଚନ୍ଦ୍ର ଦାଶ, ସମାଜସେଵୀ କସ୍ତୁରୀବାଳା ସ୍ୱାଇଁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଥିଲେ। ବିକ୍ରମ ସାମଲ ମନ୍ ଅଫ ଦି ମ୍ୟାଚ୍ ଆଉ ଶ୍ରେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ପୁରସ୍କୃତ ହୋଇଥିଲେ।
