ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ ୧୩୮ ତମ ଜନ୍ମ ମହା ମହୋତ୍ସବ
ବାଲୁଗାଁ,(05/01)ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ ୧୩୮ ତମ ଜନ୍ମ ମହା ମହୋତ୍ସବ ଓ ବାଲୁଗାଁ ସତସଙ୍ଗ ଶ୍ରୀମନ୍ଦିରର ନବମ ବାର୍ଷିକ ଉଦବୋଧନ ସ୍ମୁତି ମହୋତ୍ସବ ପରମପୂଜ୍ୟପାଦ ଶ୍ରୀଶ୍ରୀ ଅlଚlର୍ଯ୍ୟଦେବଙ୍କ ଆଶୀର୍ବାଦ କ୍ରମେ ରବିବାର ଦିନ ସହପ୍ରତି ର୍ରିତିକ କୃଷ୍ଣ ଚନ୍ଦ୍ର ଦାଶ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ଆଜି ପୁଣ୍ୟ ୧୩୮ତମ ଶୁଭାବିଭାର୍ବ ଉତ୍ସବ ପରିପ୍ରେକ୍ଷୀରେ ବ୍ରାହ୍ମ ମୁହୂର୍ତରେ ବେଦ ମlଙ୍ଗଳିକୀ , ପ୍ରତ୍ୟୁଷରୁ ଉଷାକୀର୍ତ୍ତନ,ପ୍ରାତଃ ଶ୍ରୀମନ୍ଦିରରେ ଉଷା ବିନତୀ ଓ ପ୍ରଣାମ ତତପରେ ଶ୍ରୀଶ୍ରୀ ଠାକୁରଙ୍କର ଅମିୟ ସଦଗ୍ରନ୍ଥ ପଠନ ଆଦି ଅନୁଷ୍ଠିତ ହୋଇଥିଲା lପୂର୍ବରାହ୍ନରେ ସୁଜଜ୍ଜିତ ରଥରୁଢ଼ରେ ଶ୍ରୀଶ୍ରୀ ଠାକୁରଙ୍କ ବିଗ୍ରହ ସହ ଏକ ବର୍ଣ୍ୟlଢ୍ୟ ଶୋଭାଯାତ୍ରା ସରଳାପଦର ଛକସ୍ଥିତ ଉତ୍ତରାୟଣୀ ମନ୍ଦିର ଠାରୁ ବାହାରି ନଗର ପରିକ୍ରମା କରିବା ପରେ ସତସଙ୍ଗ ଶ୍ରୀମନ୍ଦିର ଠାରେ ପହଞ୍ଚି ଥିଲା l ସତସଙ୍ଗରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ସ୍ଥାନୀୟ ସହପ୍ରତିରୀତିକ କଣ୍ଡୁରୀ ଚରଣ ପ୍ରଧାନ l ମୁଖ୍ୟବକ୍ତା ଭାବେ ସହପ୍ରତି ରୀତିକ କେଦାର ନାଥ ମହାନ୍ତି ଯୋଗ ଦେଇ ଶ୍ରୀଶ୍ରୀ ଠାକୁରଙ୍କ ଭାବଧାରା , ଶିକ୍ଷା ସହିତ ସଂସ୍କାର ଆବଶ୍ୟକ,ମନୁଷ୍ୟ ଜୀବନର ପରିଚାଳନାର ନିୟମ, ଜୀବନର ନିୟମ ସ୍ୱତନ୍ତ୍ର,ଠାକୁରଙ୍କ ସେବାସହ ସକାଳେ ଓ ସନ୍ଧ୍ୟାରେ ନିୟମିତ ପ୍ରାର୍ଥନା କଲେ ଜୀବନରେ ଶାନ୍ତି, ସୁଖ ଓ ମୈତ୍ରୀ ଆସିପାରିବ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ l

ଉକ୍ତ ମହୋତ୍ସବରେ ସହପ୍ରତି ୠତ୍ତିକ କାଶୀନାଥ ସାହୁ, ପୁରୁଷୋତ୍ତମ ପାଲଟାସିଂହ, ଭିକାରି ଚରଣ ପାତ୍ର, ଯାଜକ ବୈକୁଣ୍ଠ ନାଥ ମହାରଣା, ମହେଶ୍ୱର ଜେନା, ଅଧ୍ରୁଜ୍ୟ ଶରତ ଚନ୍ଦ୍ର ବେହେରା, ବୈକୁଣ୍ଠ ନାଥ ମହାରଣା, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗ ଦେଇଥିଲେ l ଅପରାହ୍ନରେ ମାତୃ ସମ୍ମିଳନୀ, ଶ୍ରୀମନ୍ଦିରରେ ସନ୍ଧ୍ୟା ବିନତି ଓ ପ୍ରଣାମ ପରେ ରାତିରେ ଆତସବାଜି ପ୍ରଦର୍ଶନ କରାଯାଇଥିଲା lଏହି ଉତ୍ସବରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲl lସତସଙ୍ଗ ତରଫରୁ ଶ୍ରୀମନ୍ଦିରସ୍ଥିତ ଆନନ୍ଦ ବଜାରରେ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଉକ୍ତ ଉତ୍ସବକୁ ବିନୟlବନତ ଦୀନସେବକ ସତସଙ୍ଗ ମନ୍ଦିରର ସଭାପତି ତରଣୀ ବଳବନ୍ତରାୟ ,କର୍ମୀ ଭୀମ ସେନ ସାହୁ,ସୁଧାକର ନାୟକ, ପ୍ରକାଶ ମହାପାତ୍ର,ରାମ ଚନ୍ଦ୍ର ବିଶ୍ଵାଳ, ଅମୁଲ୍ୟ ମହାପାତ୍ର ପ୍ରମୁଖ ସମେତ ଗୁରୁଭାତ୍ରା ଓ ଗୁରୁ ମାଆ ପରିଚାଳନାରେ ସହଯୋଗ କରିଥିଲେ l
