କନ୍ଧମାଳ ମହୋତ୍ସବ ମଶାଲ ଶୋଭା।

ରାଇକିଆ,5/1/25 କନ୍ଧମାଳ ଜିଲ୍ଲା ମହୋତ୍ସବ ଆୟୋଜନ ସକାଶେ ଆରମ୍ଭ ହୋଇଥିବା ମଶାଲ ଯାତ୍ରା ଅବସରରେ ରାଇକିଆ ପଂଚାୟତ ସମିତି ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।.ଏହି ଶୋଭାଯାତ୍ରା ରାଇକିଆ ପଂଚାୟତ ସମିତି କାର୍ଯ୍ୟାଳୟ ରୁ ବାହାରି ଚୂନପଲି ଛକ ପର୍ଯ୍ୟନ୍ତ ହାତରେ ମଶାଲ ଧରି ସଂସ୍କୃତି, ପରମ୍ପରା ଓ ଏକତାର ସନ୍ଦେଶ ଦେଇ ଶୋଭାଯାତ୍ରାକୁ ଆଗେଇ ନେଇଥିଲେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ,ଓ ସାଧାରଣ ଜନତା।ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ, ତହସିଲଦାର ଶ୍ରୀ ବରିୟାଲ. ମୁର୍ମୁ, ପଞ୍ଚାୟତ ସମିତି ଅଧ୍ଯକ୍ଷା ଶ୍ରୀମତୀ ରିନା ପ୍ରଧାନ, ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ଲେଙ୍କା, ମଣ୍ଡଳ ସଭାପତି ଶ୍ରୀ ସନ୍ତୋଷ ପାତ୍ର, ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ଗ୍ରାମ ପଞ୍ଚାୟତ ଅଧିକାରୀ ଶ୍ରୀ ସୁଶାନ୍ତ ପ୍ରଧାନ, ଓଏଲଏମ ଶ୍ରୀ ଜୟଦେବ ପ୍ରଧାନଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଏଵଂ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।।ଶୋଭାଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଯଥେଷ୍ଟ ବ୍ୟବସ୍ଥା କରାଯାଇଥିଲା। ମଶାଲ ଯାତ୍ରା ସହିତ କନ୍ଧମାଳ ମହୋତ୍ସବ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଅଛି।

Leave a Reply

Your email address will not be published. Required fields are marked *