ପୁରୀ ଜିଲ୍ଲା ଗୋପ ଠାରେ ଜବରଦଖଲ ଉଚ୍ଛେଦ

ଉଛେଦ ହେଲା ପୁରୀ ଜିଲ୍ଲା ଗୋପ ବଜାର, ସରକାରୀ ଜମିକୁ ବେଆଇନ ଭାବେ ମାଡି ବସିଥିବା ବ୍ୟକ୍ତି ମାନଙ୍କର ଘର ଆଜି ଜେସିବି ସାହାଯ୍ୟରେ ଭଙ୍ଗା ଯାଇଛି I ଉଛେଦ ବେଳେ ନିମାପଡା ଏସଡିପିଓ,ଗୋପ, କୋଣାର୍କ, ଚାରିଛକ ଏବଂ ନିମାପଡା ଥାନା ଅଧିକାରୀ ଓ ଗୋପ ତହସିଦାରଙ୍କ ସମେତ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ହୋଇଥିଲେ I ପୁରୀ ଜିଲ୍ଲା ଗୋପ ମୁଖ୍ୟ ରାସ୍ତା ଦେଇ ଦେଶ ବିଦେଶର ଅନେକ ପର୍ଯ୍ୟଟକ କୋଣାର୍କ, ପୁରୀ ଭୁବନେଶ୍ୱର ଏବଂ ନଖରା ଯାତ୍ରା କରିଥାନ୍ତି। କିନ୍ତୁ ସରକାରୀ ଜମି ଜବରଦଖଲ ଯୋଗୁ ସଦାସର୍ବଦା ଗୋପ ବଜାର ଜାମ ହେବା କାରଣରୁ ସବୁବେଳେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ ପର୍ଯ୍ୟଟକ। ଅନେକ ସମୟରେ କୋଣାର୍କକୁ ଆସୁଥିବା ନେତା ମନ୍ତ୍ରୀ ଏବଂ ଆମ୍ବୁଲାନ୍ସ ମଧ୍ୟ ବଜାର ଜାମ ଯୋଗୁ ଦୀର୍ଘ ସମୟ ଧରି ଫସି ରହୁଥିଲେ। ସେଥିପାଇଁ ଜବର ଦଖଲ ଉଛେଦ ପାଇଁ ସାଧାରଣରେ ଦାବୀ ହୋଇ ଆସୁଥିଲା ଯାହା ଆଜି ପ୍ରଶାସନ ଉଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଉଛେଦ ପ୍ରକ୍ରିୟା ସରିବା ପରେ ୬୦ ଫୁଟିଆ ରାସ୍ତା ନିର୍ମାଣ କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *