ଜଗନ୍ନାଥପୁର ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ।

ତିର୍ତ୍ତୋଲ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ତିରଣ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉତ୍ସବକୁ ମୁଖ୍ୟ ଅତିଥି ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଉଦଘାଟନ କରିଥିଲେ l ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେସନ ରେ ମୁଖ୍ୟ ଅତିଥି ଶ୍ରୀ ତରାଇ ଛାତ୍ର ଛାତ୍ର ମାନେ କିପରି ନିଜର ଅନ୍ତର୍ନିହିତ ପ୍ରତିଭା ବିକାଶ କରି ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରି ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା କୃଷ୍ଣଚନ୍ଦ୍ରପୁର ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଧୀରେନ ପାତ୍ର, ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ସୁଶାନ୍ତ ନାୟକ, ସମିତି ସଭ୍ୟା ହମିଦା ବେଗମ୍ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜଣେ ଜଣେ ଉତ୍ତମ ନାଗରିକ ହେବା ପାଇଁ ଆହ୍ବାନ ଦେଇଥିଲେ।

ଅପରାହ୍ନରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ତିର୍ତ୍ତୋଲ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ, ମୁଖ୍ୟ ବକ୍ତା ଅଧ୍ୟାପକ ତପସ୍ୟା ପ୍ରସାଦ ଜେନା ସମ୍ମାନିତ ଅତିଥି ପଞ୍ଚସଖା ସେତୁ ସଭାପତି ଜଗନ୍ନାଥ ଖଣ୍ଡୁଆଳ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ଅର୍ଦ୍ଧ ବାର୍ଷିକ ପରୀକ୍ଷା ର କୃତୀ ଛାତ୍ର ଛାତ୍ରୀ ଓ ପିଏମ ଶ୍ରୀ ଉତ୍ସବ ରେ ବିଭିନ୍ନ ବିଭାଗରେ ସବୁ ଠୁ ଭଲ ପ୍ରଦର୍ଶନ କରିଥିବା ପ୍ରକଳ୍ପ ର ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *