ରାମେଶ୍ୱର ମନ୍ଦିର ପରିସରରେ ହିନ୍ଦୁ ସମାଜ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି।

ରାମେଶ୍ୱର ମନ୍ଦିର ପରିସରରେ ହିନ୍ଦୁ ସମାଜ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଏହାକୁ ଅଖିଳ ଭାରତୀୟ ସନ୍ଥ ସମିତିର ରାଷ୍ଟ୍ରୀୟ ସଂଗଠନ ମହସଚିବ ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ ମହାରାଜ ଉଦ୍‌ଘାଟନ କରି ହିନ୍ଦୁ ଧର୍ମଲୋକମାନଙ୍କ ମଧ୍ୟରେ ଏକତା ରଖିବା ସହିତ ସାହାଯ୍ୟ ସହଯୋଗର ହାତ ବଢେଇବାକୁ ଉପଦେଶ ଦେଇଥିଲେ। ସନାତନ ଧର୍ମ ବହୁ ପୁରାତନ ଏହି ଧର୍ମ ସବୁବେଳେ ଶାନ୍ତି ଏକତାର ପରିଚୟ ଦେଇ ଆସୁ ଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ବିଚାରପତି ଚିତ୍ତରଞ୍ଜନ ଦାଶ ଯୋଗଦେଇ କହିଥିଲେ ଯେ, ସମସ୍ତେ ଏକତା ରଖିବା ସହିତ ଅଧ୍ୟାମିକ ମାର୍ଗରେ ରହିଲେ ସଫଳତା ମିଳିଥାଏ।

ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ସମ୍ପାଦକ ବିଦ୍ୟୁତ୍‌ ମୁଖାର୍ଜୀ, ଆର୍‌ଏସ୍‌ଏସ୍‌ ଓଡ଼ିଶା ପୂର୍ବପ୍ରାନ୍ତ ମହାବିଦ୍ୟାଳୟର ପ୍ରମୁଖ ମନୋରଞ୍ଜନ ପ୍ରଧାନ ପ୍ରମୁଖ ହିନ୍ଦୁ ଏକତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ହିନ୍ଦୁ ସମାଜ ଓ ଦେବୟୁଗ ପରିବାରର ସଦସ୍ୟ ମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ ପ୍ରାନ୍ତରୁ ସାଧୁସନ୍ଥ, ବିଦ୍ବାନ, ବୁଦ୍ଧିଯିବୀ ସମେତ ହଜାର ଲୋକ ସାମିଲ ହୋଇଥିଲେ। ଆଗାମୀ ଦିନରେ ବ୍ରହ୍ମ ବିନ୍ଦୁ ସହିତ ଏକ ମାରାଥନ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। ଏହି ଅବସରରେ ସାମୂହିକ ସୁନ୍ଦରାକାଣ୍ଡ ସହ ହନୁମାନ ଚାଳିଶା କରାଯାଇଥିଲା।

Leave a Reply

Your email address will not be published. Required fields are marked *