ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାୟଗଡ଼ା-୫/୧-ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଵି ସରୋଜିନୀ ଦେବୀ, ପ୍ରକଳ୍ପ ପ୍ରଶାସକ ଆଇଟିଡ଼ିଏ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ମୋଟ ୭୦ ଟି ଅଭିଯୋଗ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲା। ସେଥି ମଧ୍ୟରୁ ୫୨ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୮ଗୋଟି ଗ୍ରାମ ବାସୀମାନଙ୍କର ସାମୂହିକ ଅଭିଯୋଗ ଥିଲା l

୮ ଜଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଭିଯୋଗ ଥିଲା ସେମାନଙ୍କ ମଧ୍ୟରୁ ୫ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଏକ ଲକ୍ଷ ୧୦ ହଜାର ଟଙ୍କା ଏବଂ ତିନିଜଣକୁ ଜିଲ୍ଲା ରେଡକ୍ରସ ଫଣ୍ଡରୁ ୨୫ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।ଏହି ଶିବିରରେନ୍ତ ଜିଲ୍ଲାସ୍ଥରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦାନ କରିଥିଲେ l

Leave a Reply

Your email address will not be published. Required fields are marked *